ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ବାହାରିଲା ମାଟ୍ରିକ ପରୀକ୍ଷା ଫଳ । ପରୀକ୍ଷା ଫଳ ପୁସ୍ତକ ଉନ୍ମାଚନ କଲେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପୁସ୍ତିକା ଉନ୍ମୋଚନ କରାଯାଇଛି । ଏଥର ପାସ ହାର ୯୬.୪0 ପ୍ରତିଶତ ରହିଛି ।   ୩, ୨୨୨ ସ୍କୁଲର ପାସ ହାର ଶହେ ପ୍ରତିଶତ ରହିଛି । ଏଥର ବି କମାଲ କରିଛନ୍ତି ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି ।

ତେବେ ଫଳାଫଳ ଛାତ୍ରଛାତ୍ରୀମାନେ  ଅପରାହ୍ଣ ୧୨ଟା ସୁଦ୍ଧା ଅଫିସିଆଲ ବୋର୍ଡ ୱେବ୍ ସାଇଟରେ ଦେଖିପାରିବେ । www. bseodisha.ac.in ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ରେଜଲ୍ଟ ଚେକ୍‌ କରିପାରିବେ। SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ।

ମିଳିଥିବା ସବିଶେଷ ସୂଚନା ଅନୁଯାୟୀ, ଚଳିତ ପରୀକ୍ଷାରେ ଏ-୧ରେ ୪,୧୫୮ଛାତ୍ରଛାତ୍ରୀ ପାସ କରିଥିବାବେଳେ ଏ-୨ରେ ୨୯,୮୩୮, ବି-୧ରେ ୭୭,୫୬୭ ଓ ବି-୨ରେ ୧,୧୮,୭୫୦ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ୯୦%ରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨,୨୫୪  ଥିବାବେଳେ ୯୦%ରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧,୯୦୪ ରହିଛି ।

କଟକ ଓ ଜଗତସିଂହପୁରରେ ପାସ ହାର ସର୍ବାଧିକ ରହିଛି । ଏହି ଦୁଇ ଜିଲ୍ଲାରେ ପାସ ହାରତ ୯୭.୯୯ ପ୍ରତିଶତ ରହିଛି । ସେହିପରି ମାଲକାନଗିରିରେ ପାସ ହାର ସବୁଠାରୁ କମ ରହିଛି । ଏହି ଜିଲ୍ଲାରେ ପାସ ହାର ୯୨.୬୩ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି ।  ଛାତ୍ରୀଙ୍କ ପାସ ହାର ୯୭.୦୫ ଥିବାବେଳେ ଛାତ୍ରଙ୍କ ପାସ ହାର ୯୫.୭୫ ରହିଛି ।

ଅପରାହ୍ନ ୧୨ଟା ପରେ ଛାତ୍ରଛାତ୍ରୀ ଏସଏମଏସ ପାଇଁ  OR10 ଲେଖି ସ୍ପେଶ୍‌ ଦେବେ । ତା ପରେ ନିଜ ରୋଲ୍ ନମ୍ବରକୁ ଟାଇପ୍‌ କରି 5676750 ନମ୍ବରକୁ ପଠାଇଲେ ନିଜ ରେଜଲ୍ଟ ଜାଣିପାରିବେ। ପରୀକ୍ଷା ଫଳକୁ ନେଇ କୌଣସି  ଆପତ୍ତି ଅଭିଯୋଗ ଥିଲେ  ମାସକ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର  ୦୬୭୧-୨୪୧୫୪୬୦ ଜାରି ହୋଇଛି ।

  1. ସେହିପରି  ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ସୂଚନା ଦେଇଥିଲେ । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

Related Articles

Back to top button