ରେଲଓ୍ୱେ ଟ୍ରାକରେ ଉପରକୁ ଚଢିଗଲା ବସ୍‌

ସମ୍ବଲପୁର  : ସମ୍ବଲପୁରରେ ବସ୍ ଦୁର୍ଘଟଣା । ରେଲଓ୍ବେ ଟ୍ରାକ ଉପରକୁ ଚଢିଗଲା ବସ୍ । ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରୀ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବାବେଳେ ହେଲପରଙ୍କ ଗୋଡ ଛିଣ୍ଡିଯାଇଛି । ବସ୍‌ଟି ଟ୍ରାକ ଉପରେ ଥିବାରୁ ରେଳ ଅଟକି ରହିଛି ।

ଖବର ଅନୁଯାୟୀ, ନଡିଆରାଣୀ ନାମକ ଏକ ଘରୋଇ ବସ୍‌ଟି ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରୀ ଆଡେ ଯାଉଥିଲା । ଏହି ସମୟରେ କୌଣସି କାରଣରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ଛାଡ଼ି ନିକଟରେ ଥିବା ଟ୍ରେନ୍ ଟ୍ରାକ୍ ଉପକୁ ଚଢ଼ିଯାଇଥିଲା । ଯାହାଫଳରେ ବସ୍‌ର ଆଗ ପଟଟି ସମ୍ପର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ବସ୍ ହେଲପରଙ୍କ ଦୁର୍ଘଟଣାରେ ଗୋଡ଼ ଛିଣ୍ଡି ଯାଇଥିବା ଜଣାପଡିଛି।

ତେବେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ବସ୍‌। ସେହି ଟ୍ରେନ୍‌ ଟ୍ରାକ୍‌ରେ ଆସୁଥିବା ଏକ ଟ୍ରେନ୍ ପ୍ରାୟ ୮୦୦ ମିଟର ଦୂରରେ ଅଟକି ରହିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟଲୋକ ବସ୍‌ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଛି । ବସ୍‌ରେ କେତେ ଜଣ ଯାତ୍ରୀ ଥିଲେ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

Related Articles

Back to top button