ରବିବାରଠୁ ରାଜ୍ୟରେ ବଢିବ ବର୍ଷା

ଭୁବନେଶ୍ୱର : ଶନିବାରଠୁ ରାଜ୍ୟରେ ବଢିବ ବର୍ଷା । ବିସ୍ତୃତ ସ୍ଥାନରେ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ବର ଉପରେ ଏବଂ ମୌସୁମୀର ନିମ୍ନ ଚାପରେଖା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡିଶାରେ ଭଲ ବର୍ଷା ହେବ ।

ସେହିଭଳି ୯ ତାରିଖରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ହେବ । ୧୦ ଏବଂ ୧୧ ତାରିଖରେ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତ ୧୦ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୧୨ ଏବଂ ୧୩ ତାରିଖରେ ରାଜ୍ୟରେ ଭଲ ବର୍ଷା ହେବ ।

ବିଳମ୍ବିତ ମୌସୁମୀ ପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇଛି। ଗତ ୨ ଦିନର ବର୍ଷା କିଛି ପରିମାଣରେ ଭରଣା କରିଥିବା ସତ୍ତ୍ବେ ୨୫% ନିଅଣ୍ଟିଆ ବର୍ଷା ସ୍ଥିତି ଏବେ ବି ଜାରି ରହିଛି। ଆସନ୍ତା ୧୧ ତାରିଖ ଯାଏ ଭଲ ବର୍ଷା ସମ୍ଭାବନା ଥିବାରୁ ଏହି ନିଅଣ୍ଟିଆ ସ୍ଥିତି କିଛି ମାତ୍ରାରେ ଭରଣା ହୋଇପାରିବ ବୋଲି ଆଶା କରାଯାଉଛି।

Related Articles

Back to top button