ଘର ମାଲିକ ଟିକସ ଫାଙ୍କିଲେ ବିଏମସି ନେବ କଡା କାର୍ଯ୍ୟାନୁଷ୍ଠାନ

ରାଜଧାନୀର ଘର ମାଲିକ ଟିକସ ଫାଙ୍କିଲେ ବିଏମସି ନେବ କଡା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱରରେ ଘର କରି ତାହାକୁ ବ୍ୟବସାୟ କ୍ଷେତ୍ରରେ ବ୍ୟବହାର କରୁଥିଲେ ଘର ମାଲିକଙ୍କୁ ଗଣିବାକୁ ପଡିବ ତଣ୍ଡ । ସହରିଆଙ୍କୁ ତାଗିଦ୍ କରିବା ପାଇଁ ବିଏମସିର ଏହି କଡା ଆଭିମୁଖ୍ୟ । ହୋଲଡିଂ ଟିକସ ଏବଂ ଟ୍ରେଡ ଲାଇସେନ୍ସ ସମୟ ଅନୁସାରେ ପୈଠ କରିବା ପାଇଁ କମିଶନରଙ୍କ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଅନୁରୋଧ ।

ରାଜଧାନୀରେ ଅନେକ ବାସିନ୍ଦା ଡୋମେଷ୍ଟିକ ପ୍ରପୋଜ ପାଇଁ ଘର କରିଥିବା ବେଳେ ସେହି ଘରକୁ କମର୍ସିଆଲ ପ୍ରପୋଜରେ ବ୍ୟବହାର କରୁଛନ୍ତି । ଯାହାକି ଅନୁଚିତ୍ ବୋଲି କହିଛନ୍ତି ବିଏମସି କମିଶନର । ଘର ମାଲିକମାନେ ଭୁବନେଶ୍ୱର ଡଅଟ୍ ମି ଆପ୍ ମାଧ୍ୟମରେ ତାହାକୁ ପୁନ ପରିବର୍ତ୍ତନ କରି ସଠିକ୍ ଟ୍ୟାକ୍ସ ପୈଠ କରନ୍ତୁ । ନଚେତ୍ ଆଗକୁ ବିଏମସି ଏନେଇ ନେବ କଡା କାର୍ଯ୍ୟାନୁଷ୍ଟାନ । ଏହା ସହ ଏଣିକି ପ୍ରତି ଶନିବାର ୱାର୍ଡ ମାନଙ୍କରେ ହେବ ରାଜସ୍ୱ ଦିନ । ପ୍ରତି ଶନିବାରକୁ ରାଜସ୍ୱ ଦିବସ ଭାବରେ ପାଳିବ ବିଏମସି ।

Related Articles

Back to top button