ପଶ୍ଚିମ ବଙ୍ଗ ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସିର ବିଜୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଏକ ପାଖିଆ ବିଜୟ ହାସଲ କରିଛି ତୃଣମୁଳ କଂଗ୍ରେସ(ଟିଏମ୍‌ସି)। ପଶ୍ଚିମବଙ୍ଗର ମୋଟ୍ ୩୩୧୭ ପଞ୍ଚାୟତରୁ ଟିଏମ୍‌ସି ମୋଟ୍ ୨୫୫୨ ପଞ୍ଚାୟତରେ ବାଜିମାତ୍ କରିଛି। ୨୩୨ ପଞ୍ଚାୟତ ସମିତିରେ ଏବଂ ୨୦ରୁ ୧୨ ଜିଲ୍ଲା ପରିଷଦରେ ଟିଏମ୍‌ସି ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଟିଏମ୍‌ସିକୁ କଡ଼ା ଟକ୍କାର ଦେଉଥିବା ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ବିଜେପି ମୋଟ୍ ୨୧୨ ଗ୍ରାମ ପଞ୍ଚାୟତ ଏବଂ ୭ ପଞ୍ଚାୟତ ସମିତିରେ ବିଜୟ ହାସଲ କରିଛି। ତେବେ ଜିଲ୍ଲା ପରିଷଦରେ କିନ୍ତୁ ବିଜେପି ଖାତା ଖୋଲିପାରି ନାହିଁ।

ଏହି ବିଜୟ ପରେ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ଏହି ବିଜୟ ଆଜି ଏହା ପ୍ରମାଣୀତ କରିଛି ଟିଏମ୍‌ସି ଲୋକମାନଙ୍କର ହୃଦୟରେ ରହିଛି ।

ଗତକାଲି ସକାଳେ ୬୩,୨୨୯ ଗ୍ରାମ ପଞ୍ଚାୟତ, ୯୭୦୦ ପଞ୍ଚାୟତ ସମିତି ଏବଂ ୯୨୮ ଜିଲ୍ଲା ପରିଷଦ ଆସନରେ ଭୋଟଗଣନା ଆରମ୍ଭ ହୋଇଥିଲା । ୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ଏହା ଟିଏମ୍‌ସି ଏବଂ ବିଜେପି ପାଇଁ ରାଜ୍ୟରେ ଲୋକପ୍ରିୟତାର ପରୀକ୍ଷା ଥିଲା ।

ଏହି ପଞ୍ଚାୟତ ନିର୍ବାଚନରେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ପଞ୍ଚାୟତ ନିର୍ବାଚନ ସମୟରେ ହୋଇଥିବା ହିଂସାରେ ୪୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ବୁଥ୍ କ୍ୟାପଚରିଂ, ମତାଦାନରେ ହେରପେର୍ ଅଭିଯୋଗରେ ୬୯୬ ବୁଥ୍‌ରେ ପୁନଃ ନିର୍ବାଚନ ହୋଇଛି ।

Related Articles

Back to top button