ସମ୍ବିଧାନରୁ ହଟାଯାଉ ‘ଇଣ୍ଡିଆ’ ଶବ୍ଦ
ସମ୍ବିଧାନରୁ ହଟାଯାଉ ‘ଇଣ୍ଡିଆ’ ଶବ୍ଦ । ଉତ୍ତରାଖଣ୍ଡର ବିଜେପି ସାଂସଦ ନରେଶ ବଂଶଲ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟେଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ଶବ୍ଦଟି ହେଉଛନ୍ତି ଔପନିବେଶକିତାବାଦର ପ୍ରତୀକ । ଆମ ଦେଶର ବାସ୍ତବିକ ନାମ ହେଉଛି ଭାରତ । ତେବେ ଗୁଲାମୀର ପ୍ରତୀକ ଥିବା ଇଣ୍ଡିଆ ଶବ୍ଦକୁ ବର୍ତ୍ତମାନ ସମ୍ବିଧାନରୁ ହଟେଇଦେବା ଉଚିତ୍ ବୋଲି ସେ କହିଛନ୍ତି ।
ବିଜେପି ସାଂସଦଙ୍କ କହିବା କଥା, ପ୍ରଧାନମନ୍ତ୍ରୀ ମୋଦୀ ଗତ ବର୍ଷ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ସମ୍ବୋଧିତ କରି ଦାସତ୍ୱର ପ୍ରତୀକ ଚିହ୍ନରୁ ମୁକ୍ତି ପାଇଁ ଅପିଲ କରିଥିଲେ । ଗତ ୯ ବର୍ଷ ଭିତରେ ବହୁ କାର୍ଯ୍ୟକ୍ରମ କରି ଔପନିବେଶିକତାବାଦର ଚିହ୍ନକୁ ହଟେଇବାକୁ ଅପିଲ କରିଛନ୍ତି ମୋଦୀ । ଏହି କ୍ରମରେ ଏବେ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟେଇବାକୁ ବିଜେପି ସାଂସଦ ନରେଶ ବଂଶଲ ଦାବି କରିଛନ୍ତି ।
ଭାରତ ସ୍ୱାଧୀନତା ହେବା ପରେ ୧୯୫୦ ମସିହାରେ ଆମ ଦେଶ ସମ୍ବିଧାନକୁ ଗ୍ରହଣ କଲା । ଏଥିରେ ଲେଖାଅଛି ଯେ, ଇଣ୍ଡିଆ ଯାହା କି ଭାରତ, ତେଣୁ ପୁରୁଣାକାଳରୁ ଆମ ଦେଶର ନାମ ଭାରତ ରହିଛି । ତେଣୁ ଏହାକୁ ଭାରତ ବୋଲି ଡାକିବା ଉଚିତ୍ ବୋଲି ବିଜେପି ସାଂସଦ କହିଛନ୍ତି ।