ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତ

ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତ । ୧୧୫ ରନର ଟାର୍ଗେଟକୁ ୨୩ ଓଭର ସୁଦ୍ଧା ପୂରଣ କଲା ଟିମ୍ ଇଣ୍ଡିଆ । ଘରୋଇ ଦଳର ଟପ ଅର୍ଡର ବ୍ୟାଟସମ୍ୟାନଙ୍କୁ ଭାରତର ସ୍ପିନ୍ ଯୋଡ଼ି ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବ ଆଉଟ କରିବା ପରେ ଘରୋଇ ଦଳ ୨୨ ଓଭରରେ ୧୨୪ ରନ୍ କରି ଅଲଆଉଟ ହୋଇଥିଲା ।

ଏହାପରେ ୧୧୫ ରନ୍ ଲକ୍ଷ୍ୟରେ ଖେଳିଥିବା ଭାରତ ପାଇଁ ଶୀର୍ଷକ୍ରମରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବ୍ୟାଟିଂ ପାଇ ଆସିନଥିଲେ । ଫଳରେ ଭାରତ ୧୦୦ ରନ୍ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା । ତଥାପି ଈଶାନ କିଶନଙ୍କ ଅର୍ଦ୍ଧଶତକ ଭାରତକୁ ସହଜ ବିଜୟ ଦେଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ୩ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି । ରୋହିତ ଶର୍ମା ଏହି ମ୍ୟାଚରେ ପାଳି ଆରମ୍ଭ କରିବାକୁ ନଆସି ଦୁଇ ଯୁବ ବ୍ୟାର୍ଟ ଶୁବମନ ଗିଲ୍ ଓ ଈଶାନ କିଶନଙ୍କୁ ଉପରେ ଛାଡ଼ିଥିଲେ ।

ଈଶାନଙ୍କ ସହ ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ୱିକେଟ୍‌ରେ ୩୬ ରନ୍‌ ଯୋଡ଼ି ପାଳି ସମ୍ଭାଳିଥିଲେ । ସୂର୍ଯ୍ୟଙ୍କ ସଟ୍‌ରେ ଆତ୍ମବିଶ୍ବାସର ଅଭାବ ଦେଖାଯାଉଥିଲା । ଯେଉଁଥିପାଇଁ ଭୁଲ୍‌ ସଟ୍‌ ଚୟନ କରି ଗୁଡ଼କେଶ ମୋତିଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇଯାଇଥିଲେ । ଈଶାନ କିଶନ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଆଗକୁ ବଢ଼ି ପାରିନଥିଲେ ।

ଗୁଡ଼କେଶ‌ ମୋତିଙ୍କ ଦ୍ବିତୀୟ ଶିକାର ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରନ୍ ଆଉଟ୍ ଏବଂ ଶାର୍ଦୁଳ ଠାକୁରଙ୍କ ସଅଳ ବିଦାୟ କାରଣରୁ ଭାରତ ୧୦୦ ରନ୍‌ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା । ପଞ୍ଚମ ୱିକେଟ୍‌ର ପତନ ପରେ ରୋହିତ ବ୍ୟାଟିଂ କରିବାକୁ ଆସିଥିଲେ । ୱେଷ୍ଟଇଣ୍ଡିଜ ୨୩ ଓଭରରେ ୧୧୪ ରନ୍‌ କରିଥିବା ବେଳେ ଭାରତ ମଧ୍ୟ ୨୩ତମ ଓଭରରେ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା ।

Related Articles

Back to top button