ଭାରତର କ୍ରିକେଟ୍ ଫ୍ୟାନମାନଙ୍କୁ ନିନ୍ଦା କଲେ ଷ୍ଟାଲିନ

ତାମିଲନାଡୁ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଭାରତର ସେହି କ୍ରିକେଟ୍ ଫ୍ୟାନମାନଙ୍କୁ ନିନ୍ଦା କରିଛନ୍ତି ଯେଉଁମାନେ ଶନିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୱାର୍ଲ୍ଡକପ୍ ମ୍ୟାଚ୍ ଚାଲିଥିବା ବେଳେ ପାକିସ୍ତାନ ୱିକେଟ୍ କିପର ତଥା ବ୍ୟାଟସମ୍ୟାନ୍ ମହମ୍ମଦ ରିଜୱାନଙ୍କ ଆଡକୁ ଲକ୍ଷ୍ୟ କରି ଜୟ ଶ୍ରୀରାମ ଧ୍ୱନି ଦେଇଥିଲେ । ସେ କହିଛନ୍ତି ଏହା ଆଦୌ ଗ୍ରହଣୀୟ ନୁହେଁ ଓ ଏହା ଏକ କ୍ଷୁଦ୍ର ମାନସିକତା ।

ନିଜ ଏକ୍ସ ଆକାଉଣ୍ଟରେ ଷ୍ଟାଲିନ କହିଛନ୍ତି, ଭାରତ ଏହାର ଖେଳୁଆଡ ମନୋଭାବ ଓ ଶୃଙ୍ଖଳିତ ଆଚରଣ ଲାଗି ବିଶ୍ୱ ଦରବାରରେ ପରିଚିତ । କିନ୍ତୁ ପାକିସ୍ତାନ ଖେଳାଳିଙ୍କ ପ୍ରତି ଏପରି ଆଚରଣର ଦେଶର ଛବିକୁ ଖରାପ କରିଛି । କ୍ରୀଡା ଦେଶ ଦେଶ ମଧ୍ୟରେ ଏକତା ଓ ଭ୍ରାତୃତର ବନ୍ଧନ ସୃଷ୍ଟି ଲାଗି ପ୍ରେରିତ ହେବା ଉଚିତ । କିନ୍ତୁ କ୍ରୀଡା ମାଧ୍ୟମରେ ଘୃଣାର ପ୍ରସାର କରିବା ବହୁତ ନିନ୍ଦନୀୟ ।

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ମ୍ୟାଚ୍ ସମୟର ଏକ ଭିଡିଓରେ ଦେଖିବାକୁ ମିଳୁଛି ଫ୍ୟାନ୍ସମାନେ ବହୁ ଜୋରରେ ଜୟ ଶ୍ରୀରାମ ଧ୍ୱନି ଦେଉଛନ୍ତି ଯେତେବେଳେ ପାକିସ୍ତାନର ୱିକେଟକିପର ୪୯ ବଲ୍‌ରେ ୬୯ ରନ୍ କରି ଡ୍ରେସିଂ ରୁମକୁ ଫେରୁଛନ୍ତି । ଏହି ଭିଡିଓ ଉପରେ ବହୁ ସୋସିଆଲ ମିଡିଆ ୟୁଜର ପ୍ରତିକ୍ରିୟା ରଖି କହିଛନ୍ତି ଏହା କ୍ରିକେଟ୍ ପ୍ରଶଂସକଙ୍କ ଏକ ଅବିବେକିତାପୂର୍ଣ୍ଣ ଆଚରଣ ।

Related Articles

Back to top button