ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପୁଣି ବଢ଼ିଲା ଅଡୁଆ । ବିଧାୟକଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାନ୍ଧବୀ ସୋମାଲିକା ଦାଶ । କଟକ ସବ ରେଜିଷ୍ଟ୍ରାର ଅଫିସରେ ସୋମାଲିକାଙ୍କ ପ୍ରତିକ୍ରିୟା। କହିଲେ, ବିବାହ ମାମଲାକୁ ନେଇ ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି, ଏ ସଂପର୍କୀତ କପି ସବ୍‌ ରେଜିଷ୍ଟ୍ରାରଙ୍କ ଠାରେ ଦାଖଲ କରିଛି

ସୂଚନା ଅନୁଯାୟୀ ବିଜୟଙ୍କ ବୟସ ସମ୍ପର୍କିତ ତଥ୍ୟକୁ ନେଇ ସେ ଅଭିଯୋଗ କରିଛନ୍ତି । ଭିନ୍ନ ଭିନ୍ନ ଆବେଦନରେ ଭିନ୍ନ ବୟସ ଉଲ୍ଲେଖ ଥିବା ଅଭିଯୋଗ କରିଛନ୍ତି । ଏ ନେଇ ପ୍ରତିକ୍ରିୟା ଦେଇ ସୋମାଲିକା କହିଛନ୍ତି ମାମଲା ବିଚାରଧୀନ ଅଛି । ନ୍ୟାୟ ନମିଳିବା ଯାଏଁ ବିଜୟଙ୍କ ବାହାଘର ବନ୍ଦ ରହୁ । ମୋତେ ନ୍ୟାୟ ମିଳିଲେ ସେ ଯେଉଁଠି ଚାହିଁବେ ସେଠି ବାହା ହୁଅନ୍ତୁ । ମୋର କୌଣସି ଆପତ୍ତି ନାହିଁ । ତେବେ ହାଇକୋର୍ଟରୁ ମୋତେ ନ୍ୟାୟ ମିଳିବ ବୋଲି ଆଶା ।

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ମାମଲା ଦିନକୁ ଦିନ ଜଟିଳ ହେଉଛି ଗୋଟିଏ ପଟେ ସୋମାଲିକାଙ୍କୁ ବିବାହ କରିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ କିନ୍ତୁ କିଛିଦିନ ହେବ ସେ ଆଉ ଜଣକୁ ବିବାହ କରିବେ ବୋଲି ଘଟଣା ସାମ୍ନାକୁ ଆସିଛି । ଯେଉଁ ଘଟଣାକୁ ବିରୋଧ କରିଛନ୍ତି ସୋମାଲିକା ।

Related Articles

Back to top button