ଚୀନ୍‌ର ଏକ ବୈଜ୍ଞାନିକ ଦଳ ଏକ ଦ୍ୱୀପରେ ୮ଟି ନୂଆ ଭୂତାଣୁ ଆବିଷ୍କାର କରିଛନ୍ତି

ଏପର୍ଯ୍ୟନ୍ତ କରୋନାକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇପାରି ନଥିବା ବେଳେ ଇତି ମଧ୍ୟରେ ଆଠଟି ନୂଆ ଭାଇରସ ସାମ୍ନାକୁ ଆସିଛି।ଚୀନ୍‌ର ଏକ ବୈଜ୍ଞାନିକ ଦଳ ଏକ ଦ୍ୱୀପରେ ୮ଟି ନୂଆ ଭୂତାଣୁ ଆବିଷ୍କାର କରିଛନ୍ତି ଏବଂ ଏହା ମଣିଷଙ୍କୁ ସଂକ୍ରମିତ ହୋଇପାରେ ବୋଲି ସେମାନଙ୍କ ଭୟ ରହିଛି। ମହାମାରୀ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଚୀନ୍‌ର ହୈନାନ ଦ୍ୱୀପରୁ ୭୦୦ ନମୁନା ସଂଗ୍ରହ କରିଥିଲେ। ଏହାପରେ ଗବେଷଣା ସମୟରେ ସେମାନେ ଆଠଟି ନୂତନ ଭୂତାଣୁ ଚିହ୍ନଟ କରିଥିଲେ, ସେଥିମଧ୍ୟରୁ ଗୋଟିଏ କରୋନା ଭୂତାଣୁ ସମାନ ବର୍ଗର ଥିଲା।

ଅଧ୍ୟୟନରେ ୨୦୧୭ ରୁ ୨୦୨୧ ଚାରି ବର୍ଷ ମଧ୍ୟରେ ଦ୍ୱୀପରେ ଧରାଯାଇଥିବା ବିଭିନ୍ନ ମୂଷାଙ୍କ ମଳଦ୍ୱାର ଏବଂ ଗଳାରୁ ନିଆଯାଇଥିବା ୬୮୨ ନମୁନା ସଂଗ୍ରହ କରାଯାଇଥିଲା। ପରେ ଏହି ନମୁନାଗୁଡିକ ପରୀକ୍ଷାଗାରକୁ ପଠାଯାଇ ପରୀକ୍ଷା କରାଯାଇଥିଲା। ଗବେଷଣାରୁ ଅନେକ ନୂତନ ତଥା ପୂର୍ବରୁ ଦେଖାଯାଇ ନ ଥିବା ଭୂତାଣୁ ସାମ୍ନାକୁ ଆସିଥିଲେ। ଏଥିମଧ୍ୟରୁ ଗୋଟିଏ ହେଉଛି ନୂଆ କରୋନା ଭୂତାଣୁ, ଯାହାକୁ ବର୍ତ୍ତମାନ CoV-HMU-1 ନାଁ ଦିଆଯାଇଛି। ଏହାବ୍ୟତୀତ ଏଥି ମଧ୍ୟରେ ଆହୁରି ଅନେକ ବିପଜ୍ଜନକ ଭୂତାଣୁ ରହିଛନ୍ତି।

Related Articles

Back to top button