ଧିରେଧିରେ ପ୍ରବେଶ କରୁଛି ଶୀତ, ଥରିଲାଣି ଓଡିଶା 

ଓଡ଼ିଶାକୁ ଧିରେଧିରେ ପ୍ରବେଶ କରୁଛି ଶୀତ। ସଂନ୍ଧ୍ୟାରୁ ଭୋର ପର୍ଯ୍ୟନ୍ତ କମୁଛି ତାପମାତ୍ରା । ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ତଳେ ରହିଛି ପାରଦ । କନ୍ଧମାଳ ଜି.ଉଦୟଗିରିରେ ରେକର୍ଡ ହୋଇଛି ଚଳିତ ମାସର ସର୍ବନିମ୍ନ ତାପମାତ୍ରା । ଏକାଧିକ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ରହୁଛି । ବଙ୍ଗୋପସାଗରରୁ ଓଡ଼ିଶାକୁ ପ୍ରବାହିତ ହେଉଛି ପୂର୍ବାଳୀ ତରଙ୍ଗାୟିତ ପବନ । ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାରେ ବଦଳିବ ପାଗ । ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ବର୍ଷା ହୋଇପାରେ ।

Related Articles

Back to top button