ଆଜି ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୭ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଥିବାବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଏଥିରେ ପ୍ରମୁଖ ପ୍ରସଙ୍ଗ ରହିବ । ଆସନ୍ତା ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ପୂଜାର୍ଚ୍ଚନା ସହ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।

ଯେଉଁଭଳି ଭାବରେ ଭବ୍ୟ ସମାରୋହରେ ଶିଳାନ୍ୟାସ ହୋଇଥିଲା ସେହିଭଳି ଭାବେ ଭବ୍ୟ ସମାରୋହରେ ହେବ ପ୍ରତିଷ୍ଠା ଉତ୍ସବ । ଜାନୁଆରୀ ୧୨ ତାରିଖରୁ ଅଙ୍କୁରାରୋପଣ ପରେ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପଠନ ସହ ୧୫ ତାରିଖରୁ ହେବ ପ୍ରତିଷ୍ଠା ପାଇଁ ଯଜ୍ଞ ଉତ୍ସବ । ନୃସିଂହ ମନ୍ତ୍ରରେ ପ୍ରକମ୍ପିତ ହେବ ସିଂହଦ୍ୱାର । ନଭେମ୍ବର ୨୪,୨୦୨୧ ରେ ଗଜପତି ନିଜେ କର୍ତ୍ତା ଭାବରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଆସନ୍ତା ଜାନୁଆରୀ ୧୭ ତାରିଖରେ ଯଜ୍ଞର ପୂର୍ଣାହୁତି ହେବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରକଳ୍ପ ଲୋକାର୍ପଣ କରିବେ । ଏ ସଂପର୍କିତ ବିଶେଷ ଭାବରେ ଆଜି ଆଲୋଚନା ହେବାର ରହିଛି ।

Related Articles

Back to top button