ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଲୁରୁକୁ ଉଡିଲା ଇଣ୍ଡିଗୋ ବିମାନ

ଝାରସୁଗୁଡ଼ା- ବେଙ୍ଗାଲୁରୁକୁ ଉଡିଲା ଇଣ୍ଡିଗୋ ବିମାନ । ଗତ ବୁଧବାର ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନ ବେଙ୍ଗାଲୁରୁ ଅଭିମୁଖେ ତାର ଯାତ୍ରା ଆରମ୍ଭ କରିଥିଲା । ପ୍ରଥମ ଦିନରେ ବେଙ୍ଗାଲୁରୁରୁ ୧୭୯ ଯାତ୍ରୀ ଆସିଥିବା ବେଳେ ୧୬୯ ଜଣ ଯାତ୍ରୀ ଝାରସୁଗୁଡାରୁ ବେଙ୍ଗାଲୁରୁ ଯାଇଥିଲେ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଥିଲେ ।

ଇଣ୍ଡିଗୋ ବିମାନର ଚଳାଚଳ ପାଇଁ ଝାରସୁଗୁଡାବାସୀ ବହୁତ ଖୁସି ଥିବା ସୂଚନା ମିଳିଥିଲା । ଇଣ୍ଡିଗୋ ବିମାନଟି ସକାଳ ୧୦ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ୧୨ଟା ୯ରେ ଝାରସୁଗୁଡ଼ାରେ ପହଞ୍ଚିଥିଲା । ବହୁ ସମୟର ଯାତ୍ରାକୁ ସହଜ ଓ ସରଳ କରିବାରେ ଇଣ୍ଡିଗୋ ବିମାନ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସୂଚନା ଭୁକ୍ତ । ବେଙ୍ଗାଲୁରୁରୁ ଝାରସୁଗୁଡ଼ାକୁ ବିମାନ ଚଳାଚଳ ପାଇଁ ଝାରସୁଗୁଡ଼ାବାସୀ ବହୁ ସମୟ ଧରି ଦାବି କରିଥିଲେ । ଗତ ବୁଧବାର ଝାରସୁଗୁଡ଼ାବାସୀଙ୍କ ପାଇଁ ବିମାନ ଚଳାଚଳ ଆରମ୍ଭ ହୋଇଛି ।

Related Articles

Back to top button