ଶୁକ୍ରବାରଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ।

ଶୁକ୍ରବାରଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ । ତେବେ ଏହି ମରାମତି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଗରୁଡ଼ ସ୍ତମ୍ଭ ଠାରୁ ପ୍ରଥମେ ମରାମତି କାମ ଆରମ୍ଭ ହେବ । ପ୍ରତିଦିନ ସକାଳୁ ୬ ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ କାମ ଚାଲୁ ରହିବ ବୋଲି ସୂଚନା ମିଳିଛି । ମରାମତି ବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ । ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ କରାଯିବ । ଯେତେବେଳେ ନୀତିକାନ୍ତି ନଥିବ ସେହି ସମୟରେ କାମ କରାଯିବ ଓ କାର୍ତ୍ତିକ ମାସ ସରିଲେ ସମ୍ପୂର୍ଣ୍ଣ ସମୟ ଦେଇ କାମ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି ।

ସୂଚନା ଥାଉକି, ଗତକାଲି ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି ମାମଲାରେ ମରାମତି କାର୍ୟ୍ୟ ଆଜିଠୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ମିଳିଥିଲା । ଏନେଇ ଏଏସଆଇକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ବସିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମରାମତି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।

Related Articles

Back to top button