ଆସନ୍ତା ଦୁଇ ଦିନ ମଧ୍ୟରେ ପାଗରେ ଆସିବ ପରିବର୍ତ୍ତନ

ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ଜୀବନକୁ ଅସ୍ତବ୍ୟସ୍ତ କରିଲାଣି । ଘର ଭିତରେ ହେଉ କି ବାହାରେ ସବୁଠି ଜନଜୀବନ ହନ୍ତସନ୍ତ ହେଉଛନ୍ତି । ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଲାଣି କିନ୍ତୁ ମୌସୁମୀ ବାୟୁର କୌଣସି ବି ପ୍ରଭାବ ଓଡ଼ିଶା ଉପରେ ପଡୁନାହିଁ । ରାଜ୍ୟରେ ଖରା, ଗରମ ଓ ଗୁଳୁଗୁଳି ଲାଗି ରହିଛି ।

ଆସନ୍ତା ଦୁଇ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ ଆଉ ଏହି ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୧୭ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିବା ସହିତ ଆସନ୍ତା ୧୮ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାତିରୁ ଆଶ୍ବସ୍ତି ମିଳିବ । ଆସନ୍ତା ୧୮ ଓ ୧୯ରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ବାୟୁର ବର୍ଷା ଅପେକ୍ଷାରେ ସାରା ରାଜ୍ୟବାସୀ ।

Related Articles

Back to top button