ବିଗତ ୩ ବର୍ଷରେ ୨୩୩ ଦାଦନ ଶ୍ରମିକ ହରାଇଛନ୍ତି ପ୍ରାଣ: ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ
ବିଗତ ୩ ବର୍ଷରେ ୨୩୩ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି । । ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ବିଗତ ଦିନରେ ରାଜ୍ୟରେ ଦାଦନ ସମସ୍ୟା ବଢିଛି । ରାଜ୍ୟ ପାଇଁ କାଳ ସାଜିଥିବା ସମସ୍ୟା ଏବେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଦାଦନ ଦୁଃଖ ଦେଖିବାକୁ ମିଳିଛି । ନିକଟରେ ବଲାଙ୍ଗୀରରୁ ୨୬ଜଣ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି। ମୃତ ୨୩୩ଜଣଙ୍କ ମଧ୍ୟରୁ ୧୯୯ ଜଣଙ୍କ ଶବ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଫେରିପାରିଛି । ଶ୍ରମ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ଲାଗି ରହିଥିବା ଦାଦନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଉପ ମୁଖ୍ୟମନ୍ତ୍ରୀ, ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି, ପର୍ୟ୍ୟଟନ ମନ୍ତ୍ରୀ ଏବଂ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ନେଇ ଅକ୍ଟୋବର-୨୦୨୪ ରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏଥିସହ ଭବିଷ୍ୟତରେ ରାଜ୍ୟରୁ ଦାଦନ ସମସ୍ୟା ଦୂର କରିବା ପାଇଁ ସରକାର ଆଶା ରଖିଥିବା ଗଣେଶ ରାମ କହିଛନ୍ତି ।