‘ତୁ ମୋର ଓକେ’ ଓଡ଼ିଆ ଫିଲ୍ମକୁ ଶୁଭେଚ୍ଛା ଜଣାଇଲେ ଅମିତାଭ ବଚ୍ଚନ

ବିଗ୍‌ ବି’ ଅମିତାଭ ବଚ୍ଚନ ଟୁଇଟରରେ ଓଡ଼ିଆ ଫିଲ୍ମ ତୁ ମୋର ଓକେକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଶୀତଲ ଏବଂ ତୁ ମୋର ଓକେ ଟିମ୍‌କୁ ଶୁଭେଚ୍ଛା। ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ହେଲେ ବର୍ତ୍ତମାନ ଦର୍ଶକ ଆଉ ଓଡ଼ିଆ ଫିଲ୍ମକୁ ଦେଖିବାକୁ ଭଲ ପାଉନାହାନ୍ତି। ଏଭଳି ସମୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୁଭେଚ୍ଛା ଜଣାଇଛନ୍ତି ବିଗ୍‌ ବି’। ଅମିତାଭଙ୍କ ଏହି ଟୁଇଟ୍‌କୁ ଅନେକ ଓଡ଼ିଆ ସ୍ବାଗତ କରିଛନ୍ତି।

Related Articles

Back to top button