ଗୁଜବକୁ ଖଣ୍ଡନ କଲେ ନିର୍ବାଚନ ଆୟୋଗ: ଆଧାର ସଂଯୋଗ ନକଲେ ବି ଭୋଟର ତାଲିକାରୁ ନାମ ହଟିବ ନାହିଁ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ମୁଖପାତ୍ର ସାକେତ ଗୋଖଲେ ସୋମବାର ଦାବି କରିଛନ୍ତି ନିର୍ବାଚନ ଅଧିକାରୀ ଲୋକଙ୍କୁ ମତଦାତା ପଚିଚୟ ପତ୍ର(ଭୋଟର ଆଇଡି) ସହ ଆଧାରକୁ ସଂଯୋଗ କରିବା ପାଇଁ ବାଧ୍ୟ କରୁଛନ୍ତି। ହେଲେ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଏହି  ପ୍ରକ୍ରିୟା ସ୍ଵେଚ୍ଛାକୃତ।ଗୁଜବ ପ୍ରଚାରିତ ହୋଇଛି ଯେ, ଭୋଟର କାର୍ଡକୁ ଆଧାର ସହ ସଂଯୋଗ ନକଲେ ମତଦାତା ତାଲିକାରୁ ନାଁ କଟିଯିବ। ଏହି ଗୁଜବକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି, ଫର୍ମ ୬ବି(ଆଧାର ବିବରଣ ଦେବା ପାଇଁ ଜାରି ନୂତନ ଫର୍ମ) ଆଧାରର ବିବରଣ ଦେବା ସ୍ଵେଚ୍ଛାକୃତ। ଆୟୋଗ ଏହି ସମ୍ବନ୍ଧରେ କହିଛନ୍ତି, ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ଭୋଟ୍ ପରିଚୟ ପତ୍ର ସହ ଆଧାର ସଂଯୋଗ ନକଲେ ଭୋଟରଙ୍କୁ ମତଦାତା ତାଲିକାରୁ  ହଟାଇବା ନେଇ କୌଣସି ନିୟମ ନାହିଁ।

କିନ୍ତୁ ଗତ ମାସରେ କିଛି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ସମୟରେ ବୁଥସ୍ତରର ଅଧିକାରୀ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନେ ନିଜର ଆଧାର କାର୍ଡକୁ ଭୋଟ୍ ପରିଚୟ ପତ୍ର ସହ ସଂଯୋଗ କରିବେ ନାହିଁ ତେବେ ସେମାନଙ୍କର ଭୋଟର କାର୍ଡ ରଦ୍ଦ କରି ଦିଆଯିବ। ସେମାନଙ୍କ ନାମକୁ ମତଦାତା ସୂଚୀରୁ ହଟାଇ ଦିଆଯିବ। ତେବେ ଏହାକୁ ଖଣ୍ଡନ କରିଛନ୍ତି ନିର୍ବାଚନ ଆୟୋଗ।

Related Articles

Back to top button