ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନାସାର ଶକ୍ତିଶାଳୀ ରକେଟର ଉତକ୍ଷେପଣ ସ୍ଥଗିତ
ନୂଆଦିଲ୍ଲୀ: ଆମେରିକାର ସ୍ପେସ ଏଜେନ୍ସି ନାସା ଆର୍ଟେମିସ-୧ ଉତକ୍ଷେପଣକୁ ଶେଷ ମୂହୂର୍ତ୍ତରେ ସ୍ଥଗିତ କରିଛି । ନାସା ପକ୍ଷରୁ ଟ୍ୱିଟ କରି ଏ ବାବାଦରେ ସୂଚନା ଦିଆଯାଇଛି । ଟ୍ୱିଟରେ ନାସା କହିଛି, ‘ଇଞ୍ଜିନରେ ତ୍ରୁଟି ଯୋଗୁଁ ଆଜି ଆର୍ଟେମିସ ୧ର ଉତକ୍ଷେପଣ ହେବ ନାହିଁ । ସମସ୍ୟାକୁ ଦୂର କରିବା ପାଇଁ ଟିମ ଡାଟା ସଂଗ୍ରହ କରୁଛି। ପରବର୍ତ୍ତୀ ଉତକ୍ଷେପଣ ପ୍ରୟାସର ସମୟ ବାବଦରେ ସୂଚନା ଦିଆଯିବ’। ନାସାର ଏହି ଶକ୍ତିଶାଳୀ ରକେଟକୁ ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଲଞ୍ଚ କରାଯିବାର ଥିଲା।
ସୋମବାର ଭାରତୀୟ ସମୟ ଅନୁସାରେ ସଂଧ୍ୟା ସାଢେ ଛଅଟା ସମୟରେ ଅର୍ଟେମିସ ୧ ଅଧିନରେ ସ୍ପେସ ଲଞ୍ଚ ସିଷ୍ଟମ ରକେଟ୍ ଏବଂ ଅରିୟନ କ୍ରୁ କ୍ୟାପସୁଲର ପ୍ରଥମ ଟେଷ୍ଟ ଫ୍ଲାଇଟ ହେବାର ଥିଲା । ୩୨୨ ଫୁଟ୍ ଲମ୍ୱ ଏହି ରକେଟ ନାସା ଦ୍ୱାରା ନିର୍ମାଣ କରାଯାଇଥିବା ସବୁଠୁ ଶକ୍ତିଶାଳୀ ରକେଟ। ଏହି ରକେଟ ସାହାଯ୍ୟରେ ପ୍ରାୟ ୪୨ ଦିନର ମିଶନରେ ବିନା ଚାଳକ ଦଳରେ ଅରିୟନ ସ୍ପେସକ୍ରାଫ୍ଟକୁ ଲଞ୍ଚ କରିବାର ଯୋଜନା ଥିଲା ।
The launch of #Artemis I is no longer happening today as teams work through an issue with an engine bleed. Teams will continue to gather data, and we will keep you posted on the timing of the next launch attempt. https://t.co/tQ0lp6Ruhv pic.twitter.com/u6Uiim2mom
— NASA (@NASA) August 29, 2022
ଏହି ମିଶନରେ ବୈଜ୍ଞାନିକମାନେ ଆରିୟନ କ୍ରୁ କ୍ୟାପସୁଲର କ୍ଷମତା ଜାଣିପାରିବେ । ଏହି ମିଶନ ଜରିଆରେ ସ୍ପେସକ୍ରାଫ୍ଟକୁ ପରିଚାଳନା କରିବାର ଟ୍ରେନିଂ ନାସା ହାସଲ କରିବ । ଏହାସହ ଚନ୍ଦ୍ର ଆଖପାଖର ସ୍ଥିତ ଯାଞ୍ଚ କରିବ । ଏହାର ଅନୁଭବ ମହାକାଶଚାରୀଙ୍କୁ ମିଳିବ ଏବଂ ଯାତ୍ରୀଙ୍କ ସୁରକ୍ଷିତ ପୃଥିବୀ ଫେରିବାକୁ ସୁନିଶ୍ଚିତ କରିବ।
ଉତକ୍ଷେପଣ ପୂର୍ବରୁ ନାସାର କେନେଡୀ ସ୍ପେସ ଷ୍ଟେସନରେ ଶନିବାର ବଡ ଧରଣର ବର୍ଷା ପବନ ଆସିଥିଲା । ଏହି ସମୟରେ ରକେଟ୍ ନିକଟସ୍ଥ ଲଞ୍ଚ ପ୍ୟାଡର ୬୦୦ ଫୁଟର ଟାୱାର ଉପରେ ବଜ୍ରପାତ ହୋଇଥିଲା । ତଦନ୍ତକାରୀ ଟିମ ବଜ୍ରପାତ ନେଇ ସ୍ପଷ୍ଟ କରିଥିଲେ । ତେବେ ଏଥିରେ ରକେଟ କିମ୍ୱା କ୍ୟାପଲୁସକୁ କୌଣସି କ୍ଷତି ହୋଇଥିଲା।