ସୁସ୍ଥ ହୋଇ କଟକ ଏସସିବି ହସ୍ପିଟାଲରୁ ଡିସଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ: ସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ସୁସ୍ଥ ହେବା ପରେ କଟକ SCBରୁ ଡିସଚାର୍ଜ ହୋଇଛନ୍ତି। ଆଉ କିଛି ସମୟ ମଧ୍ୟରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କୋରାପୁଟ ଫେରିବେ। କିଡନୀରେ ସମସ୍ୟା ଓ ଶାରୀରିକ ଅସୁସ୍ଥତା ଯୋଗୁଁ ପ୍ରଥମେ ଜୟପୁର ଓ ପରେ କଟକ SCB କୁ ସ୍ଥାନାନ୍ତର ହୋଇଥିଲେ କମଳା। ଗତ ବୁଧବାର ଠାରୁ କଟକ SCBରେ ସେ ଚିକିତ୍ସିତ ହେଉଥିଲେ। ୧୧ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା SCB ରେ କରୁଥିଲେ। ଏଣିକି ପ୍ରତି ୩ ମାସରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କଟକ SCB ରେ ହେବ।

ସୂଚନା ଥାଉକି, କିଛି ଦିନ ତଳେ ଖାଦ୍ୟ ପାନୀୟରେ ଏପଟ ସେପଟ ସହ ଜ୍ୱର ହେବା ପରେ ଟିକେ ଅସୁସ୍ଥ ଅନୁଭବ କରି ଘରେ ଥିଲେ । କିନ୍ତୁ ରବିବାର ସକାଳ ଠାରୁ ଲଗାତର ଭାବେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନଆସିବା ପରେ ପରିବାର ପକ୍ଷରୁ ସ୍ଥାନୀୟ ଏଏନଏମ ଦିଦିଙ୍କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ  ଉନ୍ନତ ଚିକିତ୍ସା ପାଇଁ ବୁଧବାର ରାତିରେ ତାଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲ ଅଣାଯାଇଥିଲା।

Related Articles

Back to top button