ଅତ୍ୟଧିକ ମୋବାଇଲ, ଲାପଟପ୍ ବ୍ୟବହାର ଚର୍ମରେ ଆଣିପାରେ ବାର୍ଦ୍ଧକ୍ୟ ସ୍ଥିତି
ନୂଆଦିଲ୍ଲୀ: ଅତ୍ୟଧିକ ମୋବାଇଲ୍ ବ୍ୟବହାର ଯୋଗୁଁ ମେଦ ବହୁଳତା ଓ ମାନସିକ ସମସ୍ୟା ଦେଖା ଦେଇଛି। ଏବେ ଏକ ନୂଆ ଗବେଷଣାରୁ ଆଉ ଏକ ନୂଆ ସମସ୍ୟାକୁ ଚିହ୍ନଟ କରାଯାଇଛି। ଯାହାକି ମହୁମାଛିଙ୍କ ଉପରେ ହୋଇଥିବା ଗବେଷଣାକୁ ଆଧାର କରି କୁହାଯାଇଛି।
ମହୁମାଛିଙ୍କ ଉପରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଆମର ମୌଳିକ କୋଷିକା ମୋବାଇଲ, ଲାପଟପ ଆଦି ଇଲେକ୍ଚ୍ରୋନିକ୍ସ ଉପକରଣଗୁଡ଼ିକରୁ ନିର୍ଗତ ବ୍ଲୁ ଲାଇଟ୍ ଦ୍ୱାରା ପ୍ରଭାବିତ ହୋଇପାରେ। ଏହାର ଫଳାଫଳ ମଣିଷର ଚର୍ମ ପ୍ରଭାବିତ ହୋଇଥାଏ। ଯେଉଁଥିପାଇଁ ବୟସ ଅଧିକ ହୋଇନଥିଲେ ବି ଚର୍ମରେ ବୁଢା ହେଲା ଭଳି ଦେଖାଯିବ। ଫ୍ରଣ୍ଟିୟର୍ସ ଇନ୍ ଏଜିଙ୍ଗ୍ (journal Frontiers in Aging) ନାମକ ଜର୍ଣ୍ଣାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ଟିଭି, ଲାପଟପ୍ ଓ ଫୋନ୍ ଭଳି ଦୈନନ୍ଦିନ ବ୍ୟବହାର୍ଯ୍ୟ ଉପକରଣରୁ ଅଧିକ ମାତ୍ରାରେ ବ୍ଲୁ ରଙ୍ଗର ଆଲୋକ ଆମ ଶରୀରରେ ତ୍ୱଚା ଓ ଅନେକ କୋଷିକା ଉପରେ ଖରାପ ପ୍ରଭାବ ପକାଇଥାଏ । ଓରେଗନ ଷ୍ଟେଟ୍ ୟୁନିଭର୍ସିଟିର ଇଣ୍ଟିଗ୍ରେଟେଭ୍ ବାୟୋଲୋଜିର ପ୍ରଫେସର ତଥା ଏହି ଗବେଷଣାର ବରିଷ୍ଠ ଲେଖକ Dr Alejandro Sanchez de Miguel ଏହି ସୂଚନା ଦେଇଛନ୍ତି।
ଅଧ୍ୟୟନରୁ ଜଣାପଡିଛି ଯେ ଅତ୍ୟଧିକ ବ୍ଲୁ ଲାଇଟ୍ ସଂସ୍ପର୍ଶରୁ ଦୂରେଇ ରହିବା ଏକ ଭଲ ଆଣ୍ଟି-ଏଜିଙ୍ଗ୍ ରଣନୀତି ହୋଇପାରେ । ମାଛିଙ୍କ ବାର୍ଦ୍ଧକ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଚ୍ଚ-ଶକ୍ତି ନୀଳ ଆଲୋକ (ବ୍ଲୁ ଲାଇଟ୍) କାହିଁକି ଦାୟୀ ତାହା ଜାଣିବା ପାଇଁ ଗବେଷକ ଦୁଇ ସପ୍ତାହ ପର୍ଯ୍ୟନ୍ତ ନୀଳ ଆଲୋକ ଦ୍ୱାରା ପ୍ରଭାବିତ ମାଛିମାନଙ୍କରେ ମେଟାବୋଲାଇଟ୍ ସ୍ତରକୁ ସମ୍ପୂର୍ଣ୍ଣ ଅନ୍ଧକାରରେ ରଖାଯାଇଥିବା ତୁଳନା କରାଯାଇଥିଲା।
ଗବେଷଣାରୁ ଜଣାପଡିଛି, ବ୍ଲୁ ଲାଇଟ୍ ପାଇଁ ମେଟାବୋଲାଇଟ୍ ସ୍ତରରେ ଏକ ବଡ଼ ପାର୍ଥକ୍ୟ ସୃଷ୍ଟି କରିଥିଲା। ନିର୍ଦ୍ଦିଷ୍ଟ ଭାବରେ, ସେମାନେ ଜାଣିବାକୁ ପାଇଥିଲେ ଯେ ମେଟାବୋଲାଇଟ୍ ସୁକ୍ସିନେଟର ସ୍ତର ବୃଦ୍ଧି ପାଇଛି, କିନ୍ତୁ ଗ୍ଲୁଟାମେଟ୍ ସ୍ତର କମ୍ ଥିଲା।
“ପ୍ରତ୍ୟେକ କୋଷର କାର୍ଯ୍ୟ ଏବଂ ଅଭିବୃଦ୍ଧି ପାଇଁ ସୁକ୍ସିନେଟ୍ ଜରୁରୀ। ଅନ୍ୟ ଏକ ତଥ୍ୟ ହେଲା ଯେ ନୀଳ ଆଲୋକର ସଂସ୍ପର୍ଶରେ ଆସିବା ପରେ ଗ୍ଲୁଟାମେଟ୍ ପରି ନ୍ୟୁରନ୍ ମଧ୍ୟରେ ଯୋଗାଯୋଗ ପାଇଁ ଦାୟୀ ଅଣୁଗୁଡ଼ିକ ନିମ୍ନ ସ୍ତରରେ ରହିଛନ୍ତି।
ଗବେଷଣା ବେଳେ ଯେଉଁସବୁ ପରିବର୍ତନ ହୋଇଛି ସେଥିରୁ ଜଣାପଡେ ଯେ କୋଷଗୁଡ଼ିକ ଏକ ସବସେଲୁଲାର୍ ସ୍ତରରେ କାର୍ଯ୍ୟ କରୁଛନ୍ତି। ଏବଂ ଏହା ସେମାନଙ୍କର ଅକାଳ ମୃତ୍ୟୁ ଆଡକୁ ନେଇପାରେ । ଏବଂ ଆଗକୁ, ନୀଳ ଆଲୋକ ବୃଦ୍ଧାବସ୍ଥାକୁ ତ୍ୱରାନ୍ୱିତ କରିପାରେ।
ଫୋନ୍, ଡେସ୍କଟପ୍ ଏବଂ ଟିଭି ଭଳି ପରଦାରେ ଏଲଇଡି ଡିସପ୍ଲେ ମୁଖ୍ୟ ଆଲୋକ ପାଲଟିଛି। ତେଣୁ ଆଧୁନିକ ସମାଜର ମଣିଷମାନେ ଅଧିକାଂଶ ଏଲଇଡି ଆଲୋକ ମାଧ୍ୟମରେ ନୀଳ ଆଲୋକର ସମ୍ମୁଖୀନ ହୁଅନ୍ତି। ମାଛି ଏବଂ ମଣିଷର କୋଷଗୁଡ଼ିକରେ ସମାନ, ତେଣୁ ମଣିଷ ଉପରେ ନୀଳ ଆଲୋକର ନକାରାତ୍ମକ ପ୍ରଭାବ ପାଇଁ ଏକ ସମ୍ଭାବନା ଅଛି ବୋଲି ଗବେଷକ ଗିବଲ୍ଟୋଭିକ୍ ବ୍ୟାଖ୍ୟା କରିଛନ୍ତି।