ଶ୍ରୀଲଙ୍କାର ଲଢୁଆ ବ୍ୟାଟିଂ, ଏସିଆ କପ୍‌ ସୁପର ୪ ମୁକାବିଲାରେ ଭାରତକୁ ୬ ୱିକେଟରେ ହରାଇଲା

ଦୁବାଇ: ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ୪  ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲାରେ ଟିମ ଶ୍ରୀଲଙ୍କା ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୭୪ ରନ୍ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ୧୯.୫ ଓଭରରେ ୪ ୱିକେଟ ହରାଇ ରନ ସଂଗ୍ରହ କରିଛି । ଲଢୁଆ ବ୍ୟାଟିଂ କରି ଟିମ ଶ୍ରୀଲଙ୍କା ୬ ୱିକେଟରେ ବିଜୟୀ ହୋଇଛି । ପଥୁମ ନିଶାଙ୍କା ୩୭ ବଲରେ ୫୨ ରନ କରିଥିବାବେଳେ କୁସାଲ ମେଣ୍ଡିସ୍ ୩୭ ବଲରେ ୫୭ ରନ କରିଥିଲେ ।

ଦୁବାଇର ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୩ ରନ୍‌ କରିଛି। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍‌ ରହିଥିଲା।

ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇ ପ୍ରଥମରୁ ବିପର୍ଯ୍ୟୟର ଶିକାର ହୋଇଥିଲା। ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକାଙ୍କ ନେତୃତ୍ୱରେ ଟିମ୍‌ ଶ୍ରୀଲଙ୍କା ବୋଲିଂରେ ଭାରତୀୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିଥିଲେ।

ବିରାଟ କୋହଲି ୪ ଟି ବଲ ଖେଳି କୌଣସି ରନ୍‌ ନକରି ପାଭିଲିୟନ ଫେରି ଯାଇଥିବାବେଳେ କେଏଲ ରାହୁଲ ୭ ବଲ୍‌ ଖେଳି ୬ ରନ୍‌ କରି ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଅଧନାୟକ ରୋହିତ ଶର୍ମା ୪୧ ବଲ୍‌ରେ ୭୨ ରନ୍‌ ଏବଂ ସୂର୍ଯ୍ୟ କୂମାର ଯାଦବ ୨୯ ବଲରେ ୩୪ ରନ୍‌ ସଂଗ୍ରହ କରିଥିଲେ।

Related Articles

Back to top button