ଲିଜେଣ୍ଡସ୍ କ୍ରିକେଟ୍ ଲିଗ୍ରୁ ନାଁ ହଟାଇଲେ ଗାଙ୍ଗୁଲି
ମୁମ୍ବାଇ: ପଡିଆକୁ ଫେରିବେନି ଦାଦା । ଲାଗିଲା ବ୍ରେକ୍ । ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୧୦ ବର୍ଷ ପରେ ମୈଦାନକୁ ଫେରିଥାନ୍ତେ । ହେଲେ ଏବେ ସେଥିରେ ଲାଗିଛି ବ୍ରେକ୍ । ବ୍ୟକ୍ତିଗତ କାରଣ ପାଈଁ ଲେଜେଣ୍ଡସ୍ କ୍ରିକେଟ୍ରୁ ନିଜ ନାମକୁ ଫେରାଇଛନ୍ତି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡରେ ସଭାପତି ।
ଖବର ଅନୁଯାୟୀ, ଆଜାଦୀକା ଅମୃତ ମହୋତ୍ସବ ଅବସରରେ ୧୦ ସେପେମ୍ବରଠୁ ଇଣ୍ଡିଆ ମହାରାଜ ଏବଂ ଓ୍ୱାର୍ଡ ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାହେବାକୁ ଥିଲା । କୋଲକାତା ଇଡେନ୍ ଗାର୍ଡେନରେ ଏହି ମୁକାବିଲ ହୋଇଥାନ୍ତି । କିନ୍ତୁ ଏହାପୂର୍ବରୁ ସୌରଭ ଗାଙ୍ଗୁଲି ନିଜ ନାମକୁ ଫେରାଇ ନେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ନିଜ ନାମ ଫେରାଇନଥିବା ଜଣାପଡିଛି ।
ସେପଟେ ବିସିସିଆଇ ସଭାପତି ଏକ ଘରୋଇ ଚ୍ୟାନେଲ୍କୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି ଯେ, ସମୟର ଅଭାବ ଏବଂ ବ୍ୟକ୍ତିଗତ କାରଣ ପାଇଁ ମୁଁ ଏହି ମ୍ୟାଚ୍ ଖେଳିବିନାହିଁ । ଗାଙ୍ଗୁଲି କେବଳ ଗୋଟିଏ ଚ୍ୟାରିଟି ମ୍ୟାଚ୍ ଖେଳିବାର ଥିଲା ।
ତେବେ ଟିମ୍ରୁ ନିଜ ନାମକୁ ଫେରାଇ ଆଣିବା ପରେ କ୍ରୀଡପ୍ରେମୀକୁ ଝଟ୍କା ଲାଗିଛି । ବହୁ ଦିନ ପରେ ଗାଙ୍ଗୁଲିଙ୍କୁ ପଡିଆରେ ଦେଖିବାକୁ ପାଇଥାନ୍ତେ ଫ୍ୟାନ୍ସ । କିନ୍ତୁ ଏବେ ନାମ ଫେରାଇବା ପରେ ଫ୍ୟାନ୍ସଙ୍କ ଆଶା ଆଶାରେ ରହିଯାଇଛି ।