ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିରାଶ କଲେ ଦୂତି: ପ୍ରଥମ ରାଉଣ୍ଡରୁ ବିଦା

ବର୍ମିହାମ: ନିରାଶ କଲେ ଓଡ଼ିଶାର ଧାବିକା ଦୂତୀ ଚାନ୍ଦ। ମଙ୍ଗଳବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ରେ ଭାଗନେଇଥିଲେ ହେଁ ସେମି ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ଦୂତିଙ୍କୁ ୧୦୦ ମିଟର ଅତିକ୍ରମ କରିବା ଲାଗି ୧୧.୫୫ ସେକେଣ୍ଡ ସମୟ ଲାଗିଥିଲା। ଏଣୁ ସେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ସେହିଭଳି ଦୂତି ୨୫ ଖେଳାଳିଙ୍କ ମଧ୍ୟରେ ୨୪ତମ ସ୍ଥାନରେ ରହି ନିରାଶ କରିଛନ୍ତି। ଏହି ପ୍ରତିଯୋଗିତାରେ ଶୀର୍ଷ ସ୍ଥାନରେ ନାଇଜେରିଆର ଖେଳାଳି(୧୦.୯୯ ସେକେଣ୍ଡ) ରହିଥିବା ଦେଖାଯାଇଛି।

Related Articles

Back to top button