ମାଳଦ୍ୱୀପକୁ ସହାୟତା ଯୋଗାଇବ ଭାରତ, ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ…

ନୂଆଦିଲ୍ଲୀ : ଚାରି ଦିନିଆ ଗସ୍ତରେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଭାରତ ଆସିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଅନେକ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ମୋଦି ଏବଂ ସୋହିଲ ମଧ୍ୟ ମିଳିତ ବିବୃତ୍ତି ଦେଇଛନ୍ତି।

ଏଥିରେ ମୋଦି କହିଛନ୍ତି ଯେ ଆମେ ଗ୍ରେଟର ମାଲେରେ ୪୦୦୦ ସାମାଜିକ ଗୃହ ନିର୍ମାଣ ପ୍ରକଳ୍ପର ସମୀକ୍ଷା କରିଛୁ। ୨୦୦୦ ସାମାଜିକ ଗୃହ ୟୁନିଟ ପାଇଁ ଆମେ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିବୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ସୋଲିହ ଭାରତ ଆସିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ବିସ୍ତୃତ ଭାଗିଦାରୀରେ ଅଗ୍ରଗତିର ସମୀକ୍ଷା ହୋଇଛି। ତାଙ୍କ ସହ ଉଚ୍ଚ ସ୍ତରୀୟ ଅଧିକାରୀ ଏବଂ ବ୍ୟବସାୟ ପ୍ରତିନିଧୀମଣ୍ଡଳ ମଧ୍ୟ ଭାରତ ଆସିଛନ୍ତି।

ଭାରତୀୟ ବହିର୍ବ୍ୟପାର ବ୍ୟାପାର ମନ୍ତ୍ରଣାଳୟ ଟୁଇଟ କରି କହିଛି ଯେ ଜଣେ ଘନିଷ୍ଠ ବନ୍ଧୁ ତଥା ସାମୁଦ୍ରିକ ପଡ଼ୋଶୀଙ୍କୁ ସ୍ବାଗତ କରାଯାଉଛି। ସରକାରୀ ଗସ୍ତ ପାଇଁ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହା ଦୁଇ ଦେଶ ମଧ୍ୟରେ ଅବିସ୍ମରଣୀୟ ବନ୍ଧୁତାକୁ ମଜବୁତ କରିବା ଏବଂ ବହୁମୁଖୀ ସହଭାଗୀତାକୁ ଅଧିକ ଉତ୍ସାହିତ କରିବା ପାଇଁ ଏହା ଏକ ସୁଯୋଗ।

ନୂଆଦିଲ୍ଲୀରେ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ରାଷ୍ଟ୍ରପତି ସୋଲିହ ଦିଲ୍ଲୀରେ ଏକ ଭାରତୀୟ ବ୍ୟବସାୟ ପ୍ରତିନିଧୀଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇ ଗସ୍ତରେ ଆସି ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଇବ୍ରାହିମ ମହମ୍ମଦ ସୋଲିହ ଦିଲ୍ଲୀରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି ହେବା ପରେ ମାଳଦ୍ୱୀପ ମୁଖ୍ୟଙ୍କ ସହ ମୁର୍ମୁଙ୍କର ଏହା ପ୍ରଥମ ସାକ୍ଷାତ।

Related Articles

Back to top button