ୱାରେନ ବଫେଟଙ୍କ ସହ ଲଞ୍ଚ ପାଇଁ ହେଲା ନିଲାମ, ୧୪୮ କୋଟି ଟଙ୍କା ଖର୍ଚ୍ଚ କରିବେ ଜିତିଥିବା ବ୍ୟକ୍ତି

ବଫେଟଙ୍କ ସହ ଲଞ୍ଚ କୁ ନେଇ ନିଲାମ ପ୍ରତି ବର୍ଷ କରାଯାଉଛି । ଚଳିତ ବର୍ଷ ଏହି ନିଲାମ ସମସ୍ତ ରେକର୍ଡ କାଟିଦେଇଛି

ନିବେଶ ଗୁରୁ ଭାବେ ପ୍ରସିଦ୍ଧି ଲାଭ କରିଥିବା ୱାରେନ ବଫେଟଙ୍କ ସହ ବସିବା ସମଗ୍ର ଦୁନିଆର ଅରବପତିଙ୍କ ପାଇଁ କେତେ ମୂଲ୍ୟବାନ ହୋଇପାରେ ତାହା ଏକ ଖାସ୍ ଲଞ୍ଚରୁ ଆପଣ ଅନୁମାନ କରି ପାରିବେ । ଏହି ଲଞ୍ଚରେ ଯେ କେହି ବି ସାମିଲ ହୋଇ ପାରିବେ । ସର୍ତ୍ତ ଏତିକି ଆପଣଙ୍କ ସବୁଠୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଚଳିତ ବର୍ଷ ବଫେଟ୍‌ଙ୍କ ଲଞ୍ଚ ପାଇଁ ହୋଇଥିବା ନିଲାମ ସମସ୍ତ ରେକର୍ଡ କାଟି ଦେଇଛି । ରୟଟର୍ସର ଖବର ଅନୁଯାୟୀ, ଲଞ୍ଚ ପାଇଁ ଜିତିଥିବା ବ୍ୟକ୍ତି ୧.୯ କୋଟ ଡଲାର ଅର୍ଥାତ ୧୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଲଞ୍ଚ ପାଇଁ ହେଉଥିବା ନିଲାମ ଏବଂ ସେଥିରୁ ମିଳୁଥିବା ଅର୍ଥ ଚାରିଟି କାମରେ ବ୍ୟବହାର କରାଯାଏ । ଫବର୍ସ ମ୍ୟାଗଜିନ ଅନୁଯାୟୀ, ୯୧ ବର୍ଷୀୟ ବଫେଟଙ୍କ ସଂପତ୍ତି ମୂଲ୍ୟ ୯୩.୪ ଅରବ ଡଲାର ରହିଛି । ଏହି ଲଞ୍ଚର ଆୟୋଜନ ଇବେର ସହଯୋଗରେ ସାନ ଫ୍ରାନସିସକୋର ଅଣ ଲାଭକାରୀ ସଂସ୍ଥା ଗ୍ଲିଡ ଫାଉଣ୍ଡେସନ ଦ୍ୱାରା କରାଯାଇଛି ।

ଏହି ସଂସ୍ଥା ଗରିବ, ବେଘର ଏବଂ ମାଦକ ଦ୍ରବ୍ୟ ସେବନରେ ପୀଡିତ ଲୋକଙ୍କ ସହାୟତା ପାଇଁ କାମ କରିଥାଏ । ଗ୍ଲାଇଡ ଭୋକିଲା, ନିରାଶ୍ରୟ, ଏଚଆଇଭି ଏବଂ ହେପାଟାଇଟିସ୍ ସିରେ ପୀଡିତ ଲୋକଙ୍କ ସହାୟତା କରିବା ସହ ନିଯୁକ୍ତି ପାଇଁ ପ୍ରଶିକ୍ଷଣ ଏବଂ ଶିଶୁ ସଂପର୍କିତ କାର୍ଯ୍ୟକ୍ରମ ଆୟୋଜନ କରିଥାଏ ।

ବର୍କସାୟର ହାଥୱେ ଇଙ୍କର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ୯୧ ବଷୀୟ ୱାରେନ ବଫେଟ ୨୦୦୦ରେ ଆରମ୍ଭ ହୋଇଥିବା ୨୧ ନିଲାମରେ ଗ୍ଲାଇଡ ପାଇଁ ୫୩.୨ ମିଲିୟନ ଡଲାରରୁ ଅଧିକ ରାଶି ଯୋଗାଡ କରି ସାରିଛନ୍ତି । ଇବେର ମୁଖପାତ୍ର କହିଛନ୍ତି ଚାରିଟି  ପାଇଁ ବଫେଟଙ୍କ ସହ ଲଞ୍ଚ କୁ ନେଇ ନିଲାମ ପ୍ରତି ବର୍ଷ କରାଯାଉଛି । ଚଳିତ ବର୍ଷ ଏହି ନିଲାମ ସମସ୍ତ ରେକର୍ଡ କାଟିଦେଇଛି । କୋଭିଡ୍ ୧୯ କାରଣରୁ ୨୦୨୦ ଏବଂ ୨୦୨୧ରେ କୌଣସି ନିଲାମ ହୋଇ ପାରିନଥିଲା ।

Related Articles

Back to top button