ବଜାରରୁ ହଟିବ ୨ ହଜାର ମୂଲ୍ୟର ନୋଟ୍, ୩୦ ସେପ୍ଟେମ୍ବର ପୂର୍ବରୁ ବ୍ୟାଙ୍କରେ ବଦଳାଇ ପାରିବେ

ମୁମ୍ବାଇବଜାରରୁ ହଟିବ ୨ ହଜାର ମୂଲ୍ୟର ନୋଟ୍ । ୨୦୧୮-୧୯ରୁ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଥିବା ବେଳେ ଏବେ ବଜାରରୁ ଫେରାଇ ନେବାକୁ ଘୋଷଣା କରିଛି । ଆରବିଆଇର ଘୋଷଣା ଅନୁସାରେ, ୨ ହଜାର ମୂଲ୍ୟର ବୈଧ ରହିବ କିନ୍ତୁ ତାକୁ ସର୍କୁଲେସନରୁ ବାହାର କରି ଦିଆଯିବ ।

ବିଭିନ୍ନ ବ୍ୟାଙ୍କକୁ ଆରବିଆଇ କହିଛି, ତୁରନ୍ତ ୨ ହଜାର ମୂଲ୍ୟର ଗୋଲାପି ନୋଟ୍ ପ୍ରଦାନକୁ ବନ୍ଦ କରି ଦିଆଯାଉ । କ୍ଲିନ୍ ନୋଟ୍ ପଲିସି ଅନୁସାରେ, ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏହି ନିଷ୍ପତ୍ତି ନେଇଛି । ୨୦୧୬ରେ ନୋଟ୍ ବନ୍ଦୀ ପରେ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ଜାରି କରିଥିଲା ।

ବିଗତ କିଛି ମାସ ହେଲା ବଜାରରେ ମଧ୍ୟ ବହୁତ କମ୍ ୨ ହଜାର ନୋଟ୍ ଦେଖିବାକୁ ମିଳୁଥିଲା । ଏଭଳିକି ଏଟିଏମରୁ ୨ ହଜାର ଟଙ୍କା ବାହାରୁ ନଥିବା ନେଇ ଲୋକେ ବିଭିନ୍ନ ସମୟରେ ଅଭିଯୋଗ କରୁଥିଲେ । ଏବେ ଆରବିଆଇ ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ, ବ୍ୟାଙ୍କରେ ଗୋଟିଏ ଥରରେ ସର୍ବାଧିକ ୨୦ ହଜାର ଟଙ୍କା ଅର୍ଥାତ୍ ୧୦ଟି ୨ ହଜାର ମୂଲ୍ୟର ନୋଟ୍ ଆପଣ ବଦଳାଇ ପାରିବେ । ଏବଂ ଏଭଳି ୨୦୨୩ ସେପ୍ଟେମ୍ବର ୩୦ ଯାଏ କରି ହେବ । ମେ ୨୩ରୁ ୨ ହଜାର ନୋଟ୍ ବଦଳାଇ ହେବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Related Articles

Back to top button