୪,୩୮୯ କୋଟିର ଆମଦାନୀ ଶୁଳ୍କ ଠକେଇ ଅଭିଯୋଗରେ ମୋବାଇଲ କମ୍ପାନୀ ଓପୋକୁ ନୋଟିସ

ନୂଆଦିଲ୍ଲୀ: ଚାଇନା ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ଓପୋକୁ ୪,୩୮୯ କୋଟି ଟଙ୍କା ଆମଦାନୀ ଶୁଳ୍କ ଠକେଇ ଅଭିଯୋଗରେ ଭାରତ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଓପୋ ମୋବାଇଲସ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର କେତେକ ଅଫିସ୍‌ରେ ଚଢ଼ାଉ ପରେ ଜାଣିଶୁଣି ଟିକସ ଫାଙ୍କିବା ନେଇ କେତେକ ଦସ୍ତାବିଜ ଜବତ ହେବା ପରେ ଗତ ୮ ତାରିଖରେ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନୋଟିସ ଦିଆଯାଇଥିବା ଜଣାପଡ଼ିଛି।

Related Articles

Back to top button