ଆଜି ୫ଜି ସେକ୍ଟ୍ରମ୍‌ ନିଲାମୀ ସେପ୍ଟେମ୍ବର ସୁଦ୍ଧା ୫ଜି ସେବା ପାଇବେ ଉପଭୋକ୍ତା !

ନୂଆଦିଲ୍ଲୀ: ଆଜି ହାଇସ୍ପିଡ୍‌ ଇଣ୍ଟରନେଟ୍‌ ୫-ଜି ସେକ୍ଟ୍ରମ୍‌ ନିଲାମୀ । ଏହି ନିଲାମୀ ଦୌଡରେ ୪ଟି ନାମୀଦାମୀ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ଜିଓ, ବିଏସ୍‌ଏନ୍‌ଏଲ, ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆ ଭଳି କମ୍ପାନୀ ମାନେ ନିଲାମୀ ରେସରେ ରହିଥିବା ଜଣାପଡ଼ିଛି ।  ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ଉପଭୋକ୍ତାଙ୍କୁ ସେପ୍ଟେମ୍ବର ସୁଦ୍ଧା କମ୍ପାନୀ ଗୁଡ଼ିକ ସେବା ଯୋଗାଇବାର ଲକ୍ଷ୍ୟ ରଖିଛି  । ଏହି ୫-ଜି ସେବା ଆରମ୍ଭ ହେଲେ ଏହା ୪-ଜି ତୁଳନାରେ ୧୦ ଗୁଣା ଅଧିକ ଗତିରେ ଚାଲିବ ବୋଲି କୁହାଯାଉଛି ।

ଟେଲିକମ୍‌ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ରିଲିଏନ୍ସ ବା ଜିଓ ଟେଲିକମ୍‌ ବିଭାଗରେ ୧୪ ହଜାର କୋଟି ଟଙ୍କା ଜମା କରିଛି । ସେହିପରି ଏୟାରଟେଲ ୫,୫୦୦କୋଟି, ଭୋଡାଫୋନ୍‌-ଆଇଡିଆ ୨,୨୦୦କୋଟି  ଓ ଆଦାନୀ ଡାଟା ନେଟଓ୍ୱାର୍କ କେବଳ ୧୦୦କୋଟି ଟଙ୍କା ଜମା କରିଥିବା ଜଣାପଡ଼ିଛି । ନିଲାମି ଦୌଡରେ ବହୁ ଆଗରେ ଜିଓ ରହିଥିବା ଦେଖିବାକୁ ମିଳିଛି  ।

Related Articles

Back to top button