ପଠାନ ଚଳଚିତ୍ରରେ ଦୀପିକାଙ୍କ ଲୁକର ମୋଶନ ପୋଷ୍ଟର ରିଲିଜ ହେଲା

ମୁମ୍ବାଇ: ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପଠାନକୁ ଫିଲ୍ମ ହଲରେ ଦେଖିବା ପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଶାହାରୁଖ, ଜନ ଆବ୍ରାହାମ ଓ ଦୀପିକା ପାଦୁକୋନ ମୂଖ୍ୟ ଭୂମିକାରେ ରହିଛନ୍ତି । ଇତି ମଧ୍ୟରେ ସୋମବାର ମେକର୍ସଙ୍କ ପକ୍ଷରୁ ଏକ ମୋଶନ ପୋଷ୍ଟର ଜାରି କରାଯାଇଛି । ଏହି ପୋଷ୍ଟର ମାଧ୍ୟମରେ ଦୀପିକାଙ୍କ ଫାଷ୍ଟ ଲୁକ ମଧ୍ୟ ଜାରୀ କରାଯାଇଛି । ହାତରେ ବନ୍ଧୁକ ଧରି ଦୀପିକାଙ୍କ ଆକ୍ସନ ମୁଡକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଜଣେ ୟୁଜର୍ସ ଦୀପିକାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ହାତରେ ବନ୍ଧୁକ ଧରିବା କଣ ଆବଶ୍ୟକ, ତୁମ ଆଖିରେ ସେମିତି ଲୋକେ ମରିଯିବେ । ଆସନ୍ତା ବର୍ଷ ୨୫ ଜାନୁୟାରୀରେ ଏହି ଫିଲ୍ମ ହିନ୍ଦି, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ ହେବ । ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶକ ହୋଇଥିବା ବେଳେ ଫିଲ୍ମଟି ୟଶରାଜ ବ୍ୟାନରରେ ନିର୍ମିତ ହେଉଛି । ଜୀରୋ ଫିଲ୍ମର ବିଫଳତା ପରେ ଶାହାରୁଖ ଏହି ଫିଲ୍ମ ମାଧ୍ୟମରେ ପୁନର୍ବାର ଦର୍ଶକଙ୍କ ପ୍ରିୟ ହେବା ଲକ୍ଷ୍ୟରେ ରହିଛନ୍ତି ।

Related Articles

Back to top button