୮୫୦୦ କର୍ମଚାରୀଙ୍କୁ ବିଦା କରିବ ଏରିକସନ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଓ ଅନ୍ୟ କାରଣରୁ ଷ୍ଟାଫ୍ ସଂଖ୍ୟା ହ୍ରାସ କରିଛନ୍ତି ଆମାଜନ, ମାଇକ୍ରୋସଫ୍ଟ, ଗୁଗଲ, ଫେସବୁକ ପରି ବହୁ ଅନ୍ତରାଷ୍ଟ୍ରୀୟ କମ୍ପାନୀ । ପୁଣି ଏକ ବିଶ୍ୱସ୍ତରୀୟ କମ୍ପାନୀରୁ ହଜାର ହଜାର କର୍ମଚାରୀ ଚାକିରି ହରାଇବାକୁ ଯାଉଛନ୍ତି ।

ସୂଚନା ମୁତାବକ, ଟେକ୍ନୋଲୋଜି କ୍ଷେତ୍ରର ବଡ଼ କମ୍ପାନୀ ଏରିକସନ ୮୫୦୦ କର୍ମଚାରୀଙ୍କୁ ବିଦା କରିବା ନେଇ ଘୋଷଣା କରିଛି । କମ୍ପାନୀ ବିଭିନ୍ନ ଦେଶର ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବ । ଏ ବାବଦରେ କମ୍ପାନୀ କର୍ମଚାରୀଙ୍କ ପାଇଁ ଏକ ମେମୋ ଜାରି କରି ଘୋଷଣା ବାବଦରେ ସୂଚନା ପ୍ରଦାନ କରିଛି । ଏହା ପୂର୍ବରୁ ଗତ ୨୦ ତାରିଖରେ କମ୍ପାନୀ ସ୍ୱିଡେନରେ ପାଖାପାଖି ୧୪୦୦ କମର୍ଚାରୀଙ୍କ ଲେଅଫ୍ ନେଇ ଘୋଷଣା କରିଥିଲା ।

ବତ୍ତର୍ମାନ ସମୟରେ ଆର୍ଥିକ ପରିସ୍ଥିତି କାରଣରୁ ବହୁ ଟେକ୍ନୋଲୋଜି କମ୍ପାନୀମାନେ କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାରି କରିଦେଉଛନ୍ତି । ଏ ନେଇ କମ୍ପାନୀର ସିଇଓ ବୋରଜେ ଏକହୋମ କହିଛନ୍ତି, ବିଭିନ୍ନ ଦେଶରେ କମର୍ଚାରୀଙ୍କ ସଂଖ୍ୟା ହ୍ରାସ କରାଯିବ । ଏହା ପୂର୍ବରୁ ବିଭିନ୍ନ ଦେଶରେ ଷ୍ଟାଫ୍କୁ ଅନ୍ତର କରିବା ନେଇ ସୂଚନା ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୨୪ ତାରିଖରେ କେମିକାଲ କମ୍ପାନୀ ବାସଫ ୨୬୦୦ କର୍ମଚାରୀଙ୍କୁ ବିଦା କରିବା ନେଇ ଘୋଷଣା କରିଥିଲା । ଅନ୍ୟପକ୍ଷରେ ମାନ୍ଦାବସ୍ଥା ମଧ୍ୟରେ ମଧ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଯୋଗାଇଦେବ ବୋଲି ପୂର୍ବରୁ ଟେକ କମ୍ପାନୀ ଟିସିଏସ୍ ଘୋଷଣା କରି ସାରିଛି ।

Related Articles

Back to top button