ଦୁନିଆର ସବୁଠାରୁ ଛୋଟ ଦେଶ ସିଲାଣ୍ଡ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ ଲୋକ

ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କେବଳ ୨୭ ଜଣ ଲୋକ ବାସ କରନ୍ତି ।  ଦୁନିଆର ସବୁଠାରୁ ଛୋଟ ଦେଶ ଇଂଲଣ୍ଡ ନିକଟରେ ଅବସ୍ଥିତ, ଯାହାର ନାମ ହେଉଛି ସିଲାଣ୍ଡ । ଏହି ଦେଶ ଇଂଲଣ୍ଡର ସୁଫୋଲ୍କ ବିଚ୍ ଠାରୁ ପ୍ରାୟ ୧୦କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ରହିଛି ଏହି ଛୋଟ ଦେଶ । ଏହା ଏକ ଦୁର୍ଗ ଉପରେ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶମାନେ ଏହି ଦୁର୍ଗ ନିର୍ମାଣ କରିଥିଲେ। ପରେ ପରେ ଏହାକୁ ବ୍ରିଟେନ୍‌ ପକ୍ଷରୁ ନଷ୍ଟ କରିଦିଆଯାଇଥିଲା । ସେବେଠାରୁ ସିଲାଣ୍ଡକୁ ଅନ୍ୟଦେଶର ଲୋକମାନେ ନିଜର ଅଧିନକୁ ନେଇଥିଲେ । ଏହି ଦେଶକୁ ମାଇକ୍ରୋ ରାଷ୍ଟ୍ର କୁହାଯାଏ।

ପ୍ରାୟ ୧୩ ବର୍ଷ ପୂର୍ବରୁ ଆର୍ଥାତ୍‌ ୯ ଅକ୍ଟୋବର ୨୦୧୨ରେ ବ୍ରେଟ୍ସ ନାମକ ଜଣେ ବ୍ୟକ୍ତି ଏଠିକାର ପ୍ରିନ୍ସ ବୋଲି ଘୋଷଣା କରିଥିଲେ ।ବ୍ରେଟ୍ସଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମାଇକେଲ ଏଠାରେ ଶାସନ କଲେ । ବର୍ତ୍ତମାନ ସିଲ୍ୟାଣ୍ଡକୁ ସବୁଠାରୁ ଛୋଟ ଦେଶ ବୋଲି କୁହାଯାଉଛି । କିନ୍ତୁ ଏହାକୁ ଆନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିନାହିଁ । ସବୁଠାରୁ ବଡ଼ କଥା ହେଉଛି ଏଠାରେ କୌଣସି ହିଂସା ଦେଖିବାକୁ ମିଳେନାହିଁ । କି କୌଣସି ଦେଶ ଏହା ଉପରେ ଆକ୍ରମଣ କରନ୍ତି ନାହିଁ । ସିଲ୍ୟାଣ୍ଡରେ ଥିବା ଖମ୍ବର କ୍ଷେତ୍ରଫଳ ୨୫୦ ମିଟର ରହିଛି ।

Related Articles

Back to top button