ଏନଡିଟିଭିର ଅଂଶଧନ କିଣିବ ଆଦାନୀ ଗ୍ରୁପ

ଆଦାନୀ ଗ୍ରୁପର ସହଯୋଗୀ କମ୍ପାନୀ ଏଏମ୍‌ଜି ମିଡିଆ ନେଟର୍ଓ୍‌କ ଲିମିଟେଡ୍‌ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏନ୍‌ଡିଟିଭିର ଅଂଶଧନ କିଣିବାକୁ ଘୋଷଣା କରିଛି। ଏପରି କି ଆଦାନୀ ଗ୍ରୁପ୍‌ ଏନ୍‌ଡିଟିଭି ଅର୍ଥାତ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡରେ ପରୋକ୍ଷ ଭାବେ ୨୯.୧୮% ଶେୟାର ଅଧିଗ୍ରହଣ କରିବ ବୋଲି କୁହାଯାଉଛି। ଅପରପକ୍ଷରେ ଏକ ଖୋଲା ପ୍ରସ୍ତାବ ଜରିଆରେ ଆଦାନୀ ଗ୍ରୁପ ଏନ୍‌ଡିଟିଭିର ଆଉ ୨୬% ଅଂଶଧନ ନିଜ ପାଖରେ ରଖିବାକୁ ଯୋଜନା କରିଛି। ଏହିପରି ଏନ୍‌ଡିଟିଭିରେ ଆଦାନୀ ଗ୍ରୁପର ମୋଟ୍‌ ଅଂଶଧନ ୫୫%ରୁ ଊର୍ଦ୍ଧ୍ୱ ହୋଇଯିବ। ଆଦାନୀ ଗ୍ରୁପ ଏବଂ ଏନ୍‌ଡିଟିଭି ମଧ୍ୟରେ ପାଖାପାଖି ୪୯୩ କୋଟି ଟଙ୍କାର ଚୁକ୍ତି ହେବା ଆଶା କରାଯାଉଛି। ଏଏମଏନଏଲ ଏବଂ ଆଦାନୀ ଏଣ୍ଟର ପ୍ରାଇଜେସ୍‌ ଲିମିଟେଡ୍‌ ସହ ଭିସିପିଏଲ ଏନଡିଟିଭିରେ ୨୬% ଅଂଶଧନ କିଣିବା ପାଇଁ ଏକ ଖୋଲା ଅଫର ଲଞ୍ଚ କରିବେ। ସେବିର ୨୦୧୧ ନିୟମ ପାଳନ ପାଇଁ ଏପରି କରାଯିବ। ସେହିଭଳି ତିନି କମ୍ପାନୀ ଏନଡିଟିଭିର ଶେୟାରକୁ ସାର୍ବଜନୀନ ଅଂଶଧାରୀଙ୍କଠୁ କିଣିବା ପାଇଁ ଶେୟାର ପିଛା ୨୯୪ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏଏମଜି ମିଡିଆ ନେଟର୍ଓ୍‌କ ଲିମିଟେଡ୍‌ ଅଦାନୀ ଗ୍ରୁପର ମିଡିଆ କମ୍ପାନୀ ହୋଇଥିବାବେଳେ ଆରଆରଆରଆର ଏନଡିଟିଭିର ପ୍ରମୋଟର ଗ୍ରୁପ କମ୍ପାନୀ । ଏହି କମ୍ପାନୀ ନିକଟରେ ଏନଡିଟିଭିର ୨୯.୧୮% ଅଂଶଧନ ରହିଛି। ବର୍ତ୍ତମାନ ଏଏମଏନଏଲ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ସହିତ ଭିସିପିଏଲ ଏନଡିଟିଭିରେ ୨୬% ଅଂଶଧନ କିଣିବା ପାଇଁ ଏକ ଖୋଲା ଅଫର ଲଞ୍ଚ କରିବେ। ଶିଳ୍ପପତି ଗୌତମ ଅଦାନୀ ଭାରତର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏନଡିଟିଭିର ପ୍ରମୁଖ ଅଂଶଧନ କ୍ରୟ ସହ ନିବେଶ କରିବେ ବୋଲି ଜଣାପଡିଛି।

Related Articles

Back to top button