ଚୋରାରେ କଇଁଛ ବିକ୍ରି ଚାଲିଥିବା ବେଳେ ବନ ବିଭାଗ ଉଦ୍ଧାର କରିଲା ୩୫୦ରୁ ଊର୍ଦ୍ଧ୍ୱ କଇଁଛ

କାଲିମେଳା: ଚୋରାରେ କଇଁଛ ବିକ୍ରି ଚାଲିଥିବା ବେଳେ ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ଚଡାଉ କରି ବିପୁଳ ପରିମାଣର ଜିଅନ୍ତା କଇଁଛ ଜବତ କରିଛି l ଏହାର ଆନୁମାନିକ ବଜାର ମୂଲ୍ୟ ୨.୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ର୍ ହେବ ବୋଲି କୁହାଯାଉଛି। ଖବରରୁ ଜଣାପଡିଛି, କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ୍‌ପିଭି-୬୫ ଗ୍ରାମରେ ଚୋରାରେ କଇଁଛ କାରବାର ଚାଲିଥିବା ନେଇ ବନ ବିଭାଗ କର୍ମଚାରୀଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ତତ୍‌କ୍ଷଣାତ୍‌ ବନାଞ୍ଚଳ ଅଧିକାରୀ ସୁଶାନ୍ତ ଦଳେଇଙ୍କ ନିର୍ଦ୍ଦେଶରେ ଫରେଷ୍ଟ ଗାର୍ଡ ସୁଶାନ୍ତ ସ୍ବାଇଁସ୍‌, ଶିବାନନ୍ଦ ଲେଙ୍କା, ପାରାଷ୍ଟାଫ ଜୟନ୍ତ ନାୟକ, ରୁଦ୍ର ହନ୍ତାଳ, ସୁରଜ ଦାସ, ଦିନେଶ ରାଓ, ମୁକେଶ ମାଡକାମି ପ୍ରମୁଖ କର୍ମଚାରୀ ବିଳମ୍ବ ନ କରି ଏମ୍‌ପିଭି-୬୫ ଗ୍ରାମରେ ପହଞ୍ଚତ୍ ହାଟପଦା ନିକଟରେ ବସ୍ତାରେ ବନ୍ଧା ହୋଇ ରଖାଯାଇଥିବା କଇଁଛ ଗୁଡିକୁ ଜବତ କରିଥିଲେ l ପ୍ରାୟ ୨୦ଟି ବସ୍ତାରୁ ୩୫୦ରୁ ଊର୍ଦ୍ଧ୍ୱ କଇଁଛ ଉଦ୍ଧାର କରାଯାଇଥିଲା l ଉଦ୍ଧାର ପରେ ସେଗୁଡ଼ିକୁ ବନବିଭାଗ କାର୍ଯ୍ୟାଳୟରେ ରଖା ଯାଇଛି। ଡିଏଫଓଙ୍କ ନିର୍ଦ୍ଦେଶ ପରେ କଇଁଛଗୁଡିକୁ ଏକ ନିର୍ଦ୍ଦିଷ୍ଟ ଜଳାଶୟରେ ଛଡାଯିବ ବୋଲି ରେଞ୍ଜର ଦଳେଇ କହିଛନ୍ତି। ତେବେ ଚଢାଉ ସମୟରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି କଇଁଛ ବ୍ୟବସାୟୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇପାରିନାହିଁ l

Related Articles

Back to top button