ଫୋର୍ବସ୍‌ ଧନୀ ତାଲିକାରେ ୪ର୍ଥ ସ୍ଥାନକୁ ଖସିଲେ ଗୌତମ ଆଦାନୀ, ତୃତୀୟ ସ୍ଥାନରେ ଲୁଇସ୍‌ ଭିଉଟନ୍‌ ବସ୍‌

ନୂଆଦିଲ୍ଲୀ: ଫୋର୍ବସ ଦ୍ୱାରା ପ୍ରକାଶିତ ବିଶ୍ୱର ଧନୀବ୍ୟକ୍ତିଙ୍କ ତାଲିକାରେ ପୁଣି ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି ଭାରତର ଶିଳ୍ପପତି ଗୌତମ ଆଦାନୀ । ୪ର୍ଥ ସ୍ଥାନକୁ ଖସିଛନ୍ତି ଗୌତମ । ପୂର୍ବରୁ ସେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ତୃତୀୟ ସ୍ଥାନକୁ ଖସି ଆସିଥିଲେ । ଲୁଇସ୍‌ ଭିଉଟନ୍‌ର ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ବର୍ଣ୍ଣାଡ ଆର୍ଣ୍ଣଲ୍ଟ ଏବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ।

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଟେସ୍‌ଲା କମ୍ପାନୀର ସିଇଓ ଏଲନ୍‌ ମସ୍କ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଦ୍ୱିତୀୟ ସ୍ଥାନ ପାଇଁ ତନି ଅରବପତିଙ୍କ ମଧ୍ୟରେ ଲଢ଼େଇ ଚାଲିଛି । ୭୩ ବର୍ଷୀୟ ବର୍ଣ୍ଣାଡ ଆର୍ଣ୍ଣଲ୍ଟ ଆମାଜନ୍‌ ସିଇଓ ଜେଫ୍‌ ବୋଜେସ୍‌ଙ୍କ ପଛରେ ପଡ଼ିଯାଇଛନ୍ତି । ବିଶ୍ୱର ସବୁଠାରୁ ଅଧିକ ବିଳାଶ ବ୍ୟସନ ଦ୍ରବ୍ୟ ପ୍ରସ୍ତୁତକାରୀ ବର୍ଣ୍ଣାଡଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୪୧.୨ ବିଲିୟନ୍‌ ଡଲାର ଅର୍ଥାତ ୧୧.୫୪ ଲକ୍ଷ ଥିବା ବେଳେ ବେଜୋସ୍‌ଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୪୧.୪ ବିଲିୟନ୍‌ ଡଲାର ଅର୍ଥାତ ୧୧.୪୬ ଲକ୍ଷ କୋଟି ରହିଛି ।

ତେବେ ତୃତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଖସିଥିବା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତ ୫.୭ ବିଲିୟନ ଡଲାର୍ ଖସିଛି । ବର୍ତ୍ତମାନ ଆଦାନୀଙ୍କ ମୋଟ ସମ୍ପତ୍ତି ୧୩୪.୨ ବିଲିୟନ୍‌ ଡଲାର୍ ରହିଛି । ପ୍ରଥମ ସ୍ଥାନରେ ଥିବା ଏଲନ୍‌ ମସ୍କଙ୍କ ମୋଟ ସମ୍ପତ୍ତି ୨୬୩.୨ ବିଲିୟନ୍‌ ଡଲାର ଅର୍ଥାତ ୨୧.୫୨ ଲକ୍ଷ କୋଟି ଟଙ୍କା ରହିଛି ।

 

Related Articles

Back to top button