ପାକିସ୍ତାନ ଏୟାରଲାଇନସ୍‌ର ତାଗିଦ: ଠିକ ଢଙ୍ଗରେ ପୋଷାକ ପିନ୍ଧୁ ନଥିବା ଏୟାର ହଷ୍ଟେସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଇସଲାମାବାଦ: ପାକିସ୍ତାନ ଫ୍ଲାଇଟ୍ ସର୍ଭିସେସ୍ ଜେନେରାଲ ମ୍ୟାନେଜର ଅମୀର ବଶିର ଢଙ୍ଗରେ ପୋଷାକ ପିନ୍ଧୁନଥିବା ଏୟାର ହଷ୍ଟେସ୍‌ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଛନ୍ତି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ଏୟାର ହଷ୍ଟେସଙ୍କ ସାଦା ପୋଷାକ ପରିଧାନ ଉପରେ ଆପତ୍ତି କରିଛନ୍ତି। ଏଣୁ ଫ୍ଲାଇଟ୍ ସର୍ଭିସେସ୍ ଜେନେରାଲ ମ୍ୟାନେଜରଏୟାର ହଷ୍ଟେସଙ୍କ ଡ୍ରେସ୍‌କୁ ନେଇ ଆଦେଶ ଜାରି କରିଛନ୍ତି।

ପିଆଇଏଙ୍କ ଏହି ଆଦେଶରେ ଏୟାର ହଷ୍ଟେସ ସାଦା ପୋଷାକ ପିନ୍ଧିଲେ ମଧ୍ୟ ଅନ୍ତଃବସ୍ତ୍ର ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଜେନେରାଲ ଅମୀର ବଶିର କହିଛନ୍ତି ଯେ ତାଙ୍କୁ ଏୟାରହଷ୍ଟେସ୍‌ଙ୍କ ସମ୍ପର୍କରେ ଅନେକ ଅଭିଯୋଗ ମିଳିଛି। ଯେବେ ଏୟାର ହଷ୍ଟେସମାନେ ଅଫିସକୁ ଆସନ୍ତି, ହୋଟେଲରେ ରୁହନ୍ତି କି ଅନ୍ୟ ସହର ଲାଗି ଯାତ୍ରା କରନ୍ତି ସେମାନେ ଠିକ ଢଙ୍ଗରେ ପୋଷାକ ପିନ୍ଧିନଥାନ୍ତି ବୋଲି ଏହି ସବୁ ଅଭିଯୋଗରେ କୁହାଯାଇଛି।

Related Articles

Back to top button