ଚଳିତ ବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୧୭ ମଧ୍ୟରେ ଅଗ୍ରିମ ଟିକସ ଆଦାୟ ୧୭% ବଢ଼ିଛି

ନୂଆଦିଲ୍ଲୀ: ଦେଶର ବିକାଶ ଓ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଟିକସ ଆଦାୟ ଏକ ପ୍ରମୁଖ ଅଂଶ ବା ଭୂମିକା ନିର୍ବାହ କରିଥାଏ। ରବିବାର କେନ୍ଦ୍ରୀୟ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୧୭ ମଧ୍ୟରେ ମିଳିତ ଅଗ୍ରିମ ଟିକସ ସଂଗ୍ରହ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରେ ୧୭% ବୃଦ୍ଧି ଘଟି ୨.୯୫ ଟ୍ରିଲିୟନ ଟଙ୍କା ଅତିକ୍ରମ କରିଛି। ଏପରି କି ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହାର ପରିମାଣ ୨.୫୨ ଟ୍ରିଲିୟନ ଟଙ୍କା ରହିଥିଲା। ସେହିଭଳି ସରକାରୀ ସୂତ୍ର ଅନୁଯାୟୀ, ଉଭୟ କର୍ପୋରେଶନ ଏବଂ ବ୍ୟକ୍ତିଗତ ଅଗ୍ରିମ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ ୧୦.୧% ବୃଦ୍ଧି ପାଇ ୧,୯୨,୬୦୦ କୋଟିରେ ପହଞ୍ଚତ୍ଛି। ସେହିଭଳି ଗତ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କର୍ପୋରେଶନ ଆଡ୍‌ଭାନ୍ସ ଟ୍ୟାକ୍ସ ବୃଦ୍ଧି ପାଇ (ମୋପ୍‌ ଅପ୍‌) ୧,୪୯,୨୪୨ କୋଟିରେ ପହଞ୍ଚତ୍ଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୦.୨% ବୋଲି କୁହାଯାଉଛି। ଗତବର୍ଷ ଏହା ୧,୩୫,୩୪୭ କୋଟି ଟଙ୍କା ଥିଲା।

ଅପରପକ୍ଷରେ ଆଡ୍‌ଭାନ୍ସ ବ୍ୟକ୍ତିଗତ ଆୟକର ସଂଗ୍ରହ ୪୩,୩୫୮ କୋଟି ହୋଇଥିତ୍ଲା ବେଳେ ତାହା ୯.୫% ବୃଦ୍ଧି ପାଇଛି, ଯାହା ଏକ ବର୍ଷ ପୂର୍ବେ ୩୯,୫୯୨ କୋଟି ଟଙ୍କା ଥିଲା। ବିଶେଷକରି ମହାମାରୀ ପରେ ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁତ୍ଥାନ ପ୍ରକ୍ରିୟାଗୁଡ଼ିକର ସରଳୀକରଣ ଉପରେ ଧ୍ୟାନ ଦେବା ଏବଂ ଟେକ୍ନୋଲୋଜିର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଟିକସ ଆଦାୟ ଉପରେ ସରକାର ଦୃଢ଼଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ଆଡ୍‌ଭାନ୍ସ ଟ୍ୟାକ୍ସ ଆର୍ଥିକ ବର୍ଷ ଶେଷ ମଧ୍ୟରେ ୪ଟି କିସ୍ତିରେ ଆଦାୟ କରାଯାଏ। ଏପରି କି ଏହାକୁ ଅର୍ଥନୈତିକ ଭାବନାର ଏକ ସୂଚକ ଭାବେ ବିବେଚନା କରାଯାଏ।

ପ୍ରଥମ କିସ୍ତି କିମ୍ବା ୧୫% ଅଗ୍ରିମ ଟିକସ ଜୁନ୍‌ ୧୫ ସୁଦ୍ଧା ଏବଂ ଦ୍ୱିତୀୟଟି ସେପ୍ଟେମ୍ବର ୧୫ ସୁଦ୍ଧା (୩୦%) ଓ ତୃତୀୟଟି ଡିସେମ୍ବର ୧୫ ସୁଦ୍ଧା (୩୦%) ଏବଂ ବକେୟା ରାଶିଗୁଡିକ ମାର୍ଚ୍ଚ ୧୫ ସୁଦ୍ଧା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଚଳିତ ଆର୍ଥିକ ବର୍ଷ ପାଇଁ ନେଟ୍‌ ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ଫେରସ୍ତର ନେଟ୍‌) ୨୩% ବୃଦ୍ଧି ହୋଇ ଏପ୍ରିଲ ୧ରୁ ସେପ୍ଟେମ୍ବର ୧୭ ମଧ୍ୟରେ ୭ ଟ୍ରିଲିୟନରୁ ଅଧିକ ହୋଇଛି।

Related Articles

Back to top button