ଜାତୀୟ ୟୁଥ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଦଣ୍ଡପତି, ଲକ୍ଷ୍ମୀପ୍ରିୟାଙ୍କୁ ରୌପ୍ୟ

ଭୁବନେଶ୍ୱର: ଭୋପାଳର ତାନ୍ତିଆ ଟୋପେ ଷ୍ଟାଡିୟମରେ ଚାଲିଥିବା ୧୭ତମ ଜାତୀୟ ୟୁଥ୍‌ (୧୮ ବର୍ଷରୁ କମ୍‌) ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ରବିବାର ଓଡ଼ିଶାର ଦଣ୍ଡପତି ଜୟରାମ ଓ ଲକ୍ଷ୍ମୀପ୍ରିୟା କିଷାନ ରୌପ୍ୟ ପଦକ ହାସଲ କରଛନ୍ତି। ବାଳକ ୧୦୦ ମିଟର ରେସ୍‌କୁ ୧୦.୯୧ ସେକେଣ୍ଡରେ ଅତିକ୍ରମ କରି ଦଣ୍ଡପତି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। କେରଳର ଆଶଲିନ ଆଲେକ୍‌ଜାଣ୍ଡର (୧୦.୮୭ ସେକେଣ୍ଡ) ସ୍ବର୍ଣ୍ଣ ଓ ପଶ୍ଚିମବଙ୍ଗର ଅଲମାସ କବିର (୧୦.୯୨) ବ୍ରୋଞ୍ଜ ପଦକ ପାଇଥିଲେ। ସେହିପରି ବାଳିକା ୮୦୦ ମିଟର ରେସ୍‌ରେ ଲକ୍ଷ୍ମୀପ୍ରିୟା ୨:୧୬.୪୮ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ଲାଭ କରିଥିଲେ। ଏହି ଇଭେଣ୍ଟରେ ଝାଡ଼ଖଣ୍ଡର ଆଶାକିରଣ ବାର୍ଲା (୨:୮.୪୫) ଓ ହରିୟାଣାର ଆଶା (୨:୧୬.୬୦) ଯଥାକ୍ରମେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ପାଇଥିଲେ। ଲଙ୍ଗ୍‌ଜମ୍ପ ଇଭେଣ୍ଟରେ ଯମୁନା ଟୁଡି ଓ ସବିତା ଟପ୍ପୋ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଥିଲେ। ବାଳକ ୮୦୦ ମିଟରରେ ପଙ୍କଜ ମଣ୍ଡଳ ୮ମ ସ୍ଥାନ ପାଇଥିଲେ। ଦ୍ୱିତୀୟ ଦିବସ ଶେଷସୁଦ୍ଧା ଓଡ଼ିଶା ମୋଟ ୧ ସ୍ବର୍ଣ୍ଣ ଓ ୨ ରୌପ୍ୟ ପଦକ ହାସଲ କରିଛି। ସୋମବାର ପ୍ରତିଯୋଗିତାର ଶେଷ ଦିବସ।

Related Articles

Back to top button