ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ପୁଣି ଥରେ ସର୍ବୋଚ୍ଚ ଟିକସଦାତା

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ପୁଣିଥରେ ଦେଶର ମନୋରଞ୍ଜନ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ଟିକସଦାତା ହୋଇଛନ୍ତି। ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଅକ୍ଷୟ ବ୍ରିଟେନରେ ରହିଥିବାବେଳେ ଆୟକର ବିଭାଗରୁ ସେ ପାଇବାକୁ ଥିବା ‘ସମ୍ମାନ ପତ୍ର’କୁ ତାଙ୍କ ଟିମ୍‌ ଗ୍ରହଣ କରିଛି। ସେ ଲଗାତର ୫ ବର୍ଷ ହେଲା ମନୋରଞ୍ଜନ ଜଗତର ସର୍ବୋଚ୍ଚ ଟିକସଦାତା ରହିଆସିଥିବା ଜଣାପଡ଼ିଛି। ଜୁନ୍‌ ୩ରେ ରିଲିଜ୍‌ ହୋଇଥିବା ତାଙ୍କ ଶେଷ ଅଭିନୀତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’କୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ସିନେମା ହଲ୍‌କୁ ଦର୍ଶକଙ୍କୁ ଟାଣିଆଣିବାରେ ଫିଲ୍ମଟି ସକ୍ଷମ ହୋଇପାରି ନ ଥିଲା। ତଥାପି ତାଙ୍କ ହାତରେ ଆହୁରି ଅନେକ ଫିଲ୍ମ ରହିଛି। ତାଙ୍କ ଅଭିନୀତ କେତେକ ଫିଲ୍ମ କିଛି ମାସରେ ରିଲିଜ୍‌ ହେବାକୁ ଯାଉଛି। ସେଥିମଧ୍ୟରେ ରହିଛି ରକ୍ଷା ବନ୍ଧନ, ରାମ ସେତୁ ଓ ସେଲ୍‌ଫି । ଏହାଛଡ଼ା ତାଙ୍କ ଅଭିନୀତ ଆଗାମୀ ଫିଲ୍ମଗୁଡ଼ିକ ମଧ୍ୟରେ ‘ଓଃ ମାଇଁ ଗଡ୍‌-୨’, ‘ସୁରରାଇ ପଟ୍ରୁ’ର ରିମେକ୍‌, ବଡ଼େ ମିଅଁା ଛୋଟେ ମିଅଁା ଓ ଗୋରଖା ଆଦି ରହିଛି।

Related Articles

Back to top button