ବରଗଡ଼-ନୂଆପଡ଼ା ନୂତନ ରେଲଓ୍ବେ ଲାଇନ କାମକୁ ଅନୁମୋଦନ

ଭୁବନେଶ୍ବର: ଜନସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବି ପ୍ରତି କେନ୍ଦ୍ର ସରକାର ମୋହର ମାରି ବରଗଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ନୂତନ ରେଲୱେ ଲାଇନକୁ ଅନୁମୋଦନ କରିଛନ୍ତି। ଏଥିଲାଗି ନୂଆଦିଲ୍ଲୀ ରେଲୱେ ଭବନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏମ୍‌ପି ବସନ୍ତ ପଣ୍ଡା ଏବଂ ଭାଜପା ନେତା ପ୍ରଦୀପ ପୁରୋହିତ ପଦ୍ମପୁର ଓ ନୂଆପଡ଼ାବାସୀଙ୍କ ତରଫରୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ତୁରନ୍ତ ଯେଭଳି ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ସେଥିପାଇଁ ମନ୍ତ୍ରୀଙ୍କୁ ସମସ୍ତେ ଅନୁରୋଧ କରିଛନ୍ତି। ପ୍ରାଥମିକତା ଭିତ୍ତିରେ ଶୀଘ୍ର ଏହି ନିର୍ମାଣ କାର୍ଯ୍ୟ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Related Articles

Back to top button