ଏଟିଏମରୁ ଟଙ୍କା ଉଠାଇବାର ପଦ୍ଧତି ବଦଳିଲା

ଏଟିଏମରୁ ଟଙ୍କା ଉଠାଇବା ବେଳେ ହେଉଥିବା ଠକେଇକୁ ଆଖି ଆଗରେ ରଖି ଭାରତର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବଡ଼ ପରିବର୍ତ୍ତନ କରିଛନ୍ତି। ଯଦିଓ ଏବେ ଅଧିକାଂଶ ଲୋକ ୟୁପିଆଇ ଜରିଆରେ ନେଣଦେଣ କରୁଛନ୍ତି କିନ୍ତୁ ଗାଁ ଗୁଡିକରେ ଏବେ ବି ଏଟିଏମ ଉପରେ ଅଧିକାଂଶ ନିର୍ଭରଶୀଳ ରହିଛନ୍ତି।

ତେଣୁ ଗ୍ରାହକ ଠକେଇରୁ କିଭଳି ବିରତି ରହିବାକୁ ତାକୁ ନଜରରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଓ୍ୱାନ ଟାଇମ୍ ପାସୱାର୍ଡ (ଓଟିପି) ଆଧାରିତ ନଗଦ ପ୍ରତ୍ୟାହାର ସେବା ଆରମ୍ଭ କରିଛି। ଖୁବ୍ ଶୀଘ୍ର ଅନେକ ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା ଉଠାଇବା ପାଇଁ ଏପରି ଓଟିପି ପଦ୍ଧତିକୁ ଆପଣାଇବେ ବୋଲି ଆଶା କରାଯାଉଛି।

Related Articles

Back to top button