
ଏଫସିଆରଏ ଆକ୍ଟର ଉଲ୍ଲଂଘନ ନେଇ ଏନ୍ଜିଓ ସଂସ୍ଥା ଅକ୍ସଫାମ ଇଣ୍ଡିଆ ବିରୋଧରେ ମାମଲା ରୁଜୁ କଲା ସିବିଆଇ
ନୂଆଦିଲ୍ଲୀ: ଫରେନ କଣ୍ଟ୍ରିବ୍ୟୁସନ(ରେଗୁଲେସନ) ଆକ୍ଟର (FCRA)ର ଉଲ୍ଲଂଘନ ନେଇ ଏନ୍ଜିଓ ସଂସ୍ଥା ଅକ୍ସଫାମ ଇଣ୍ଡିଆ ବିରୋଧରେ ମାମଲା ରୁଜୁ କଲା ସିବିଆଇ। ଦିଲ୍ଲୀରେ ଥିବା ସଂସ୍ଥାର କାର୍ଯ୍ୟାଳୟରେ ଚଢ଼ାଉ କରିବା ପରେ ମାମଲା ରୁଜୁ କରିଛି ତଦନ୍ତକାରୀ ସଂସ୍ଥା। ଏହି ମାମଲାରେ ଗତବର୍ଷ ଜାନୁଆରୀରେ ଗୃହ ମନ୍ତ୍ରାଳୟ ଅକ୍ସଫାମ୍ ଇଣ୍ଡିଆର ଏଫସିଆରଏ ଲାଇସେନ୍ସ ରଦ୍ଦ କରିଥିଲା।
ସଂସ୍ଥା ଉପରେ ବିଦେଶ ପାଣ୍ଠି ଯୋଗାଣ ଆଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଗତ ଏପ୍ରିଲ ୬ ତାରିଖରେ ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା। ମିଳିଥିବା ସୂଚନା ଅନୁସାର ଅକ୍ସଫାମ ଇଣ୍ଡିଆ ବିଦେଶରୁ ଆସୁଥିବା ଟଙ୍କାକୁ ବିଭିନ୍ନ ସଂସ୍ଥାକୁ ଟ୍ରାନ୍ସଫର କରିଛି।