ମିଥ୍ୟା ଖବର ମାମଲାରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କଲେ ଅମିତାଭ ବଚ୍ଚନଙ୍କ ନାତୁଣୀ ୧୧ ବର୍ଷୀୟ ଆରାଧ୍ୟା
ନୂଆଦିଲ୍ଲୀ : ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ଏକ ମିଥ୍ୟା ଖବର ମାମଲାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଖବରରେ ଆରାଧ୍ୟାଙ୍କ ଜୀବନଶୈଳୀ ଏବଂ ସ୍ୱାସ୍ଥ୍ୟ ବିଷୟରେ ଭୁଲ ତଥ୍ୟ ଦିଆଯାଇଥିଲା । ଯାହାକୁ ନେଇ ବଚ୍ଚନ ପରିବାର ପକ୍ଷରୁ ଅତ୍ୟଧିକ କ୍ରୋଧ ପ୍ରକାଶ ପାଇଥିଲା ।
ବଚ୍ଚନ ପରିବାର ପକ୍ଷରୁ ଆବେଦନରେ କୁହାଯାଇଛି ଯେ ଆରାଧ୍ୟା ଏବେ ବି ଛୋଟ ଅଛନ୍ତି । ଏଭଳି ମିଥ୍ୟା ଖବର ପ୍ରସାର କରିବା ଦ୍ୱାରା ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ୍ ସି ହରିଶଙ୍କରଙ୍କ ଏକକ ଜଜ୍ ବେଞ୍ଚ ୨୦ ଏପ୍ରିଲ ଅର୍ଥାତ୍ ଆଜି ଏହି ଆବେଦନ ଉପରେ ଶୁଣାଣି କରିବେ । ବର୍ତ୍ତମାନ ସୁଦ୍ଧା ବଚ୍ଚନ ପରିବାର ପକ୍ଷରୁ ଏ ବାବଦରେ କୌଣସି ବିବୃତ୍ତି ଦିଆଯାଇ ନାହିଁ।