ଅନିଲ ଅମ୍ୱାନୀଙ୍କ କମ୍ପାନିକୁ ଦେବା ପାଇଁ ଦିଲ୍ଲୀ ମେଟ୍ରୋ ପାଖରେ ଟଙ୍କା ନାହିଁ

ଋଣ ବୋଝରେ ଥିବା ଅନିଲ ଅମ୍ୱାନୀଙ୍କ ରିଲାଏନ୍ସ ଗ୍ରୁପର କମ୍ପାନି ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ପ୍ରାଇଭେଟ ଲିମିଟେଡକୁ ପୈଠ କରିବା ପାଇଁ ଦିଲ୍ଲୀ ମେଟ୍ରୋ ପାଖରେ ଟଙ୍କା ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ମେଟ୍ରୋ ରେଳ ନିଗମ ହାଇକୋର୍ଟକୁ କହିଛନ୍ତି, DAMEPLକୁ ପୈଠ କରିବା ପାଇଁ ଫଣ୍ଡ ଏକାଠି କରାଯାଉଛି । ଡିଏମଆରସି ଏଥିପାଇଁ ହାଇକୋର୍ଟଙ୍କୁ ସମୟ ଦେବା ପାଇଁ କହିଥିଲା । ଏହି ଅପିଲ ଉପରେ କୋର୍ଟ ବିଚାର କରି ବକେୟ ରାଶି ପୈଠ ପାଇଁ ଅଗଷ୍ଟ ୫ ଯାଏଁ ସମୟ ଦେଇଛନ୍ତି ।

ଏକ ମଧ୍ୟସ୍ଥତା ନିଷ୍ପତ୍ତି ଅନୁରୂପ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ପ୍ରାଇଭେଟ ଲିମିଟେଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । DAMEPL ନିଜ ଆବେଦନରେ କହିଥିଲା, ମଧ୍ୟସ୍ଥତା ନିଷ୍ପତ୍ତି ପରେ ବି ଦିଲ୍ଲୀ ମେଟ୍ରୋ କେବଳ ୧୬୬.୪ କୋଟି ଟଙ୍କା ପୈଠ କରିଛି । ଏହାସହ ସେ ଦିଲ୍ଲୀ ମେଟ୍ରୋର ବ୍ୟାଙ୍କ ଖାତା ଏବଂ ଫିକ୍ସଡ ଡିପୋଜିଟ ଜବତ କରିବାକୁ ଦାବି କରିଥିଲା । ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ମେଟ୍ରୋ DAMEPLକୁ ୪,୪୨୭.୪୧ କୋଟି ଟଙ୍କା ପୈଠ କରିବାକୁ ଦାବି କରିଛି । ଏହି ରାଶି ଅନିଲ ଅମ୍ୱାନୀଙ୍କ କମ୍ପାନି ଋଣ ବୋଝ ହ୍ରାସ କରିବାକୁ ଚାହୁଁଛି।

ବର୍ତ୍ତମାନ, ଏହି ରାଶି ପୈଠ କରିବା ପାଇଁ ଦିଲ୍ଲୀ ମେଟ୍ରୋକୁ ଅଗଷ୍ଟ ୫ ଯାଏଁର ସମୟ ମିଳିଛି । ଏହାସହ ଦିଲ୍ଲୀ ମେଟ୍ରୋକୁ ଗୋଟିଏ ସପ୍ତାହ ଭିତରେ ପୈଠ କରିବାକୁ ଥିବା ସମସ୍ତ ରାଶି ବାବଦରେ ଏକ ସତ୍ୟପାଠ ଦାଖଲ କରିବାକୁ ପଡିବ । ଅଗଷ୍ଟ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Related Articles

Back to top button