ପାକିସ୍ତାନ ପଞ୍ଜାବରେ ଜରୁରୀକାଳିନ ପରିସ୍ଥିତି

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବେଳକୁ ବେଳ ମହିଳା ଓ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଏବେ ଏଠାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବର ଗୃହମନ୍ତ୍ରୀ ଅତୁଲ୍ଲାହ ତରାର ରବିବାର କହିଛନ୍ତି, ବଳାତ୍କାର ମାମଲ।। ମୁକାବିଲା କରିବାକୁ ପ୍ରଶାସନ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିବାକୁ ବାଧ୍ୟ ହୋଇଛି ।

ମନ୍ତ୍ରୀ କହିଛନ୍ତି ପ୍ରଦେଶରେ ମହିଳା ଓ ଶିଶୁଙ୍କ ପ୍ରତି ବଢି ଚାଲିଥିବା ଯୌନ ଶୋଷଣ ମାମଲାରେ ସମାଜ ତଥା ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟି ଯାଇଛି । ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ) ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସାମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ପଞ୍ଚାବରେ ପ୍ରତିଦିନ ୪-୫ଟି ବଳାତ୍କାର ମାମଲା ରୁଜୁ କରାଯାଉଛି । ଫଳରେ ସରକାର ଯୌନ ଉତ୍ପିଡନ, ଦୁର୍ବବ୍ୟହାର ଓ ଏହିଭଳି ଘଟଣାରୁ ମୁକ୍ତି ପାଇଁ ବିଶେଷ ଉପାୟ ଉପରେ ବିଚାର କରୁଛନ୍ତି ।

Related Articles

Back to top button