ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷର ଜରିମାନା

ବୈଧ ଟିକେଟ ଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବୋର୍ଡିଂକୁ ବାରଣ କରିବା ଏବଂ ସେମାନଙ୍କୁ ବାଧ୍ୟତାମୂଳକ କ୍ଷତିପୂରଣ ପ୍ରଦାନ ନ କରିବାରୁ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଏୟାର ଇଣ୍ଡିଆ ଉପରେ ଜରିମାନା ଲଗାଇଛି

ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଜରିମାନା। ବୈଧ ଟିକେଟ ଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବୋର୍ଡିଂକୁ ବାରଣ କରିବା ଏବଂ ସେମାନଙ୍କୁ ବାଧ୍ୟତାମୂଳକ କ୍ଷତିପୂରଣ ପ୍ରଦାନ ନ କରିବାରୁ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଏୟାର ଇଣ୍ଡିଆ ଉପରେ ଜରିମାନା ଲଗାଇଛି।

ଡିଜିସିଏର ଡାଇରେକ୍ଟର ଜେନେରାଲ୍‌ ଏକ ବିବୃତ୍ତିରେ କହିଛନ୍ତିି, ସଂସ୍ଥା ପକ୍ଷରୁ ଏକାଧିକ ଚେକିଂ କରାଯାଇଥିଲା। ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଦିଲ୍ଲୀରେ ଚାଲିଥିବା ନୀରିକ୍ଷଣ ବେଳେ ଏୟାର ଇଣ୍ଡିଆ ଅନେକ ଥର ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ କ୍ଷତିପୂରଣ ନିୟମକୁ ପାଳନ କରୁ ନଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ଓ ବ୍ୟକ୍ତିଗତ ଶୁଣାଣି ମଧ୍ୟ କରାଯାଇଥିଲା।

ଜବାବରେ ଏଭଳି କୌଣସି ନୀତି ନାହିଁ । ତେଣୁ ଯାତ୍ରୀମାନଙ୍କୁ ସଂସ୍ଥା କ୍ଷତିପୂରଣ ଦେଇ ନ ଥିବା ଏୟାର ଇଣ୍ଡିଆ କହିଥିଲା। ଏହା ଶୁଣି ଡିଜିସିଏ କ୍ଷୁବ୍ଧ ହୋଇଛି। ଡିଜିସିଏ କହିଛି ଯେ ଏପରି କଥା କହିବା ଅତ୍ୟନ୍ତ ଚିନ୍ତାର ବିଷୟ ଓ ଅଗ୍ରହଣୀୟ। ଏଥିପାଇଁ ସଂସ୍ଥା ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି। ଏଥିସହ ସଂସ୍ଥା ତୁରନ୍ତ ସମସ୍ୟାର ସମାଧାନ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁ। ଯଦି ଏଥିରେ ତ୍ରୁଟି ହୁଏ, ତା’ହେଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ ଚେତାବନୀ ଦେଇଛି।

Related Articles

Back to top button