ଶସ୍ତା ହୋଇପାରେ ଖାଇବା ତେଲ, ଉତ୍ପାଦନକାରୀଙ୍କ ସହ ବୈଠକ କଲେ ସରକାର

ନୂଆଦିଲ୍ଲୀ: ଆଗକୁ ଶସ୍ତା ହୋଇପାରେ ଖାଇବା ତଲ । ଏହାର ଖୁଚୁରା ଦାମ୍‌ କମିବା ନେଇ ଆଶା କରାଯାଉଛି । ସରକାରଙ୍କ ପକ୍ଷରୁ ଡକାଯାଇଥିବା ଖାଇବା ତେଲ ପ୍ରକ୍ରିୟାକରଣ ଇଣ୍ଡଷ୍ଟ୍ରିଗୁଡ଼ିକର ଅଧିକାରୀଙ୍କ ବୈଠକ ପରେ ଏପରି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଖାଦ୍ୟ ମନ୍ତ୍ରଣାଳୟ ଉଭୟ ପ୍ରକ୍ରିୟା କରଣ ଇଣ୍ଡଷ୍ଟ୍ରୀର ସଦସ୍ୟ ଏବଂ ଉତ୍ପାଦନକାରୀଙ୍କୁ ନେଇ ଏକ ବୈଠକ ଡକାଇଥିଲା । ଯେଉଁଥିରେ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ଦାମ୍‌ ହ୍ରାସ ପାଉଥିବା ବିଷୟରେ ଆଲୋଚନା ହୋଇଥିଲା ।

Solvent Extractors’ Association of India’s (SEA) ର ପରିଚାଳନା ନିର୍ଦ୍ଦେଶକ ବି.ଭି. ମେହେଟା ବିଶ୍ୱ ସ୍ତରରେ ଖାଇବା ତଲର ଦାମ୍‌ ଗତ ଏକ ମାସ ମଧ୍ୟରେ ୩୦୦-୪୦୦ ଡଲାର ପ୍ରତି ଟନ୍‌ ହ୍ରାସ ପାଇଥିବା କହିଛନ୍ତି । କିନ୍ତୁ ଖୁଚୁରା ବଜାରରେ ଏହାର ପ୍ରଭାବ ପଡ଼ିବା ପାଇଁ ସମୟ ଲାଗିବ । ପିଟିଆଇ ରିପୋର୍ଟ ଅନୁସାରେ ଆଗମୀ ଦିନରେ
ଖାଇବା ତଲ ଦାମ୍‌ ରେ ହ୍ରାସ ପାଇବ ବୋଲି ସେ କହିଛନ୍ତି ।

ତେବେ ଭାରତ ମୋଟ ଖାଦ୍ୟ ତୈଳ ଆବଶ୍ୟକତାର ୬୦ ପ୍ରତିଶତ ବିଦେଶରୁ ଆମଦାନୀ କରିଥାଏ। ତେବେ ଚଳିତବର୍ଷ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଖାଦ୍ୟ ତୈଳ ମୂଲ୍ୟରେ ବୃଦ୍ଧି ଦେଖାଯାଇଛି। ଏଥିରେ ଇଣ୍ଡୋନେସିଆ ଏପ୍ରିଲ ୨୮ ତାରିଖ ଦିନ ରପ୍ତାନୀ ବନ୍ଦ ଘୋଷଣା କରିବା ଦେଶରେ ଖାଇବା ତେଲ ମୂଲ୍ୟ ବେଶ ବୃଦ୍ଧି ହୋଇଥିଲା। ତେବେ ଖାଦ୍ୟ ତୈଳ ମୂଲ୍ୟ ଖୁବ୍ ଶୀଘ୍ର ହ୍ରାସ ହେବ ବୋଲି ବ୍ୟବସାୟୀ କହିଛନ୍ତି।

Related Articles

Back to top button