ଟ୍ୱିଟର ସହ ଆଇନଗତ ଲଢେଇରେରେ ୬.୯ ବିଲିୟନ ଡଲାରର ଟେସଲା ସେୟାର ବିକିଦେଲେ ଏଲନ ମସ୍କ

ସାନଫ୍ରାନସିସ୍କୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ସହ ଆଇନଗତ ଲଢେଇରେ ଇଲେକ୍ଟ୍ରିକ କାର ନିର୍ମାତା ଏଲନ ମସ୍କ  ଟେସଲାର ୬.୯ ବିଲିୟନ ଡଲାରର ଷ୍ଟକ୍ ବିକ୍ରି କରିଛନ୍ତି। ଯଦି ଏହି ଲଢେଇ ସେ ହାରି ଯାଆନ୍ତି ତେବେ ଟ୍ୱିଟର କ୍ରୟ ଲାଗି ଏହି ଅର୍ଥ ଉପଯୋଗ ହେବ ବୋଲି ମସ୍କ ତାଙ୍କ ନିଷ୍ପତ୍ତି ସପକ୍ଷରେ ସେୟାର ହୋଲ୍ଡରମାନଙ୍କୁ କହିଛନ୍ତି।

ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କ୍ରୟ କରିବା ପାଇଁ ମସ୍କ ୨୫ ଏପ୍ରିଲରେ କରିଥିବା ରାଜିନାମାକୁ ଗତ ଜୁଲାଇ ମାସରେ ଭାଙ୍ଗି ଦେଇଥିଲେ। ଏଣୁ ଟ୍ୱିଟର ପ୍ରସ୍ତାବିତ କାରବାର ଲାଗି ମସ୍କଙ୍କୁ ବାଧ୍ୟ କରିବା ନିମନ୍ତେ ଏକ ମୋକଦ୍ଦମା ରୁଜୁ କରିଥିଲେ। ତେବେ ମସ୍କ କାରବାରରେ ତାଙ୍କୁ ଭ୍ରମିତ କରିଥିବାର ଅଭିଯୋଗ ଆଣିଥିଲେ। ଏଥିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ସ୍ପାମ ଆକାଉଣ୍ଟ ସମ୍ପର୍କରେ ଭ୍ରମିତ କରିଥିବାର ମସ୍କ କହିଥିଲେ। ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୧୭କୁ ଧାର୍ଯ୍ୟ ହୋଇଛି।

Related Articles

Back to top button