ରାଜ୍ୟରେ ୭୫ ହଜାର କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ: ୨୪ ହଜାର ଯୁବକ ଯୁବତୀ ପାଇବେ ଚାକିରି

ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ରାଜ୍ୟର ୨୪ ହଜାର ଯୁବକ, ଯୁବତୀ ପାଇବେ ଚାକିରି । ଏନେଇ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଅଧିକ ପୁଞ୍ଜି ନିବେଶ ପାଇଁ ନିଆଯାଇଛି ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ୭୪ ହଜାର ୬୨୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଉପରେ ମୋହର ବାଜିଛି ।

ତେବେ ୭୫ ହଜାର କୋଟି ଟଙ୍କାର ଏହି ନିବେଶ ପ୍ରସ୍ତାବ ଉପରେ ମୋହର ବାଜିବା ପରେ ଏବେ ରାଜ୍ୟର ୨୪ ହଜାର ୪୭ ଜଣ ଚାକିରି ପାଇବେ । ଟାଟା ଷ୍ଟିଲ ପକ୍ଷରୁ ୬୦ ହଜାର ନିୟୁତ ଟନର ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା ହେବ । ଏଥିସହ ୬ ହଜାର ନିୟୁତ ଟନର ଇସ୍ପାତ କାରଖାନା ସାମଗ୍ରୀର ୟୁନିଟ୍ ପ୍ରତିଷ୍ଠା ହେବ । ଧାମରାରେ ସୋମପୁରୀ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ୭୮୧୧ କୋଟିର ପେଲେଟ ପ୍ଲାଣ୍ଟ, ଦେଓଝରରେ ବେନିଫିକେସନ ଓ ସ୍ଲରି ପ୍ଲାଣ୍ଟ ପ୍ରତିଷ୍ଠା ହେବ ।

ରାୟଗଡ଼ାର କାଶୀପୁରରେ ବାର୍ଷିକ ୪ ନିୟୁତ ଟନ ଆଲୁମିନା ବିଶୋଧନାଗାର ଓ ପ୍ଲାଣ୍ଟ ପାଇଁ କମିଟି ମୋହର ମାରିଛି । ଅଦାନି ଏଣ୍ଟରପ୍ରାଇଜର୍ସ ଲିମିଟେଡ ପକ୍ଷରୁ ଏହି ଶିଳ୍ପରେ ୪୧ ହଜାର ୬୫୩ କୋଟିର ନିବେଶ କରାଯିବ । ଏହି କାରଖାନାରେ ୭୭୫୦ ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି ଓଡ଼ିଶା ଆୟଲ ଷ୍ଟିଲ ପକ୍ଷରୁ ୮ ହଜାର କୋଟି ନିବେଶ ହୋଇ ୨.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ୟୁନିଟ୍ କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ । ସେଥିରେ ୫ ହଜାର ଯୁବକ ଯୁବତୀ ଚାକିରି ପାଇବେ ।

Related Articles

Back to top button