ନିଜ ଆକାଉଣ୍ଟ୍‌ ଜରିଆରେ ଏଲନ୍ ମସ୍କଙ୍କ ବାର୍ଷିକ ଆୟ ୮.୨ କୋଟି ଟଙ୍କା

ନୂଆଦିଲ୍ଲୀ: ଟ୍ବିଟରର ନୂଆ ମାଲିକ ଏଲନ୍ ମସ୍କ ନିଜ ଆକାଉଣ୍ଟ୍‌ ଜରିଆରେ ବର୍ଷକୁ ପ୍ରାୟ ୮.୨ କୋଟି ଟଙ୍କା ଆୟ କରୁଛନ୍ତି। ଟ୍ବିଟର ୱେବସାଇଟ୍‌ ଅନୁସାରେ ଆମେରିକାରେ ସବ୍‌ସ୍କ୍ରିପନ୍‌ସନ୍ ସେବା ଲାଗି କଂପାନି ମାସିକ ୪.୯୯ ଡଲାର ସଂଗ୍ରହ କରୁଛି ଯାହା ଭାରତୀୟ ମୁଦ୍ରାରେ ହେଉଛି ୪୦୮ ଟଙ୍କା। ଆପ୍‌ ଫି’ ଓ ଟ୍ବିଟରର ରାଜସ୍ବ ଭାଗ କାଟିବା ପରେ ଜଣେ କ୍ରିଏଟରଙ୍କୁ ପ୍ରାୟ ୨୨୭ ଟଙ୍କା ମିଳୁଛି। ମସ୍କଙ୍କ ଆକାଉଣ୍ଟ୍‌ରେ ୨୪.୭ ହଜାର ସବ୍‌ସ୍କ୍ରାଇବର ରହିଛନ୍ତି। ସେହି ଆଧାରରେ କରାଯାଇଥିବା ହିସାବରୁ ଜଣାପଡ଼ିଛି ଯେ ମସ୍କ ନିଜ ଆକାଉଣ୍ଟ୍‌ ଜରିଆରେ ମାସକୁ ୬୮ ଲକ୍ଷ ୪୨ ହଜାର ଟଙ୍କା (ବାର୍ଷିକ ୮.୨ କୋଟି) ଆୟ କରୁଛନ୍ତି।

Related Articles

Back to top button